ETV Bharat / state

ରାଶିଫଳ: ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ବଢ଼ିପାରେ ପାରିବାରିକ ଅଶାନ୍ତି - DAILY ODIA HOROSCOPE

author img

By ETV Bharat Odisha Team

Published : 3 hours ago

Rashifal: ଆଜି ଆପଣଙ୍କ ଦିନ କେମିତି କଟିବ ? ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସାବଧାନ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Today Odia Rashifal
Today Odia Rashifal (ETV Bharat Odisha)

ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍ନ ବେଳକୁ ଆପଣ ପୁଣି କ୍ଷତିରେ ପଡି ପରନ୍ତି । ସନ୍ଧ୍ୟା ସୟରେ ଅନ୍ୟମନସ୍କ ହୋଇପାରନ୍ତି । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ ।ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗି ରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ ।

ARIES
ARIES (ରାଶିଫଳ)

ବୃଷ: ଆଜି ଆପଣ ଚାହୁଥିବା କାର୍ଯ୍ୟରେ ବିଳମ୍ବ ହେବ । ମାତ୍ର ଉପଯୁକ୍ତ ଫଳ ମିଳିବ । ଆଜି କିଛି କଥାକୁ ନେଇ ମନ ଅସ୍ତିର ହୋଇପାରେ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ । କାର୍ଯ୍ୟସ୍ଥଳରେ ବ୍ୟସ୍ତତା ଲାଗି ରହିବ । ମାତ୍ର ନିଜ କାମ ପାଇଁ କାର୍ଯ୍ୟ ଶେଷରେ ପ୍ରଶଂସିତ ହେବେ । ଆଜି ବାହାରକୁ ବୁଲାବୁଲି କରିବାକୁ ନଯିବା ଆପଣଙ୍କ ପାଇଁ ଭଲ । ନିଜ ବାହ୍ୟ ଖର୍ଚ୍ଚକୁ ସୀମିତ କରନ୍ତୁ । ନିଜ ଅତି ପାଖ ଲୋକ ସହ ଆପଣଙ୍କ ଶତ୍ରୁତା ହୋଇପାରେ । ଏଥିପ୍ରତି ସାବଧାନ ରୁହନ୍ତୁ ।

TAURUS
TAURUS (ରାଶିଫଳ)

ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପାଇଁ ପ୍ରେମ ବର୍ଷା ହେବା । ପ୍ରତିଟି ପରିଶ୍ରମର ଫଳ ପାଇବେ । ବିଶେଷ ଭାବରେ ସନ୍ଧ୍ୟାରେ ବଡ଼ ଖୁସି ଖବର ମିଳିପାରେ । ଆପଣଙ୍କର ଉଜ୍ଜ୍ବଳମୟ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ଆପଣ ଏକ ବଡ ଧରଣର ସଫଳତା ପାଇବାର ସମ୍ଭାବନା ରହିଛି । ଏକ ରାଜିନାମା କାର୍ଯ୍ୟକାରୀ ହେବାରେ ଅପେକ୍ଷାରେ ଅଛି । ଛୋଟ ବେଳର ବନ୍ଧୁଙ୍କ ସହ ଏକ ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

GEMINI
GEMINI (ରାଶିଫଳ)

କର୍କଟ: ଆଜି ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନାକୁ ଉପରେ କାମ କରିବା ଆରମ୍ଭ କରିବେ । ଏକ ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ । ସହଜରେ ଲାଭ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ । ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍‌ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରିବେ ।

CANCER
CANCER (ରାଶିଫଳ)

ସିଂହ: ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଆଶ୍ଚର୍ଯଯ୍ୟଜନକ ଭାବରେ ଆଜିର କିଛି କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ । ପ୍ରିୟଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ମାନସିକ ଶାନ୍ତି ପାଇଁ ଆଜି କୌଣସି ମନ୍ଦିର ଯାଇ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।

LEO
LEO (ରାଶିଫଳ)

କନ୍ୟା: ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତି ପ୍ରକାଶ କରାଇବ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମ୍ନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା ଏପରି କିଛି କରନ୍ତୁ ଯାହା ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ । କାର୍ଯ୍ୟସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । କାରଣ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତ୍ତୃପକ୍ଷ ମାନେ ତୁମ ଉପରେ ଆଶାନ୍ତି ରହିବେ । ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ ରହିବ । ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ ।

VIRGO
VIRGO (ରାଶିଫଳ)

ତୁଳା: ଆଜି ଆପଣ ସତର୍କତାର ସହ କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲା ବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରିବେ ।

LIBRA
LIBRA (ରାଶିଫଳ)

ବିଛା: ଆଜି ଆପଣ ମାନସିକ ଏବଂ ଶାରୀରିକ ଦୃଷ୍ଟିକୋଣରୁ ବିରକ୍ତି ଏବଂ ଚିନ୍ତିତ ଅନୁଭବ କରିପାରନ୍ତି । ଆପଣ ଶାନ୍ତ ଏବଂ ନିରବ ଭାବରେ ରହି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ହୋଇ ନ ପାରନ୍ତି । ଆର୍ଥିକ ହାନୀ ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ପରିବାରର ସଦସ୍ୟଙ୍କ ଦୃଢ଼ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନ ତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ହୋଇପାରେ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀମାନଙ୍କୁ ହଇରାଣରେ ପକାଇପାରେ ।

SCORPIO
SCORPIO (ରାଶିଫଳ)

ଧନୁ: ଆପଣ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ମୌଜ ମଜଲିସ କରି ସମୟ କଟାଇବେ । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ । ତେଣୁ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି । ବ୍ୟବସାୟୀମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ । ଗୋଟିଏ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଆପଣ ନିଜକୁ ସୁଖୀମନେ କରିବେ । ନିଜକୁ ଭାଗ୍ୟଶାଳୀ ମନେକରିବେ । ବିଦ୍ୟାର୍ଥୀ ପାଠ ପଢ଼ାରେ ଆଗ୍ରହୀ ହେବେ ।

SAGITTARIUS
SAGITTARIUS (ରାଶିଫଳ)

ମକର: ଆଜି ଆପଣଙ୍କ ଦିନଟି ଖୁସିରେ କଟିବ । ଶନିଦେବଙ୍କ କୃପାରୁ ଆଜି ମାନସମ୍ମାନ ପାଇବେ । ବିଭିନ୍ନ ଲୋକଙ୍କ ଗହଣରେ ରହିବେ ଏବଂ ସେମାନଙ୍କର ସାନିଧ୍ୟରେ ପ୍ରସନ୍ନ ରହିବେ । ସାଙ୍ଗ ସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ। ମୁଲ୍ୟବାନ ଜୀନିଷ କିଣାକିଣି କରିବେ। ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ। ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ । ଆଜି ଜୀବନସାଥିଙ୍କ ସହ ଦୂର ଯାତ୍ରାର ଯୋଜନା କରିବେ। ବିଦ୍ୟାର୍ଥୀ ପାଠ ପଢ଼ାରେ ଉନ୍ନତି କରିବେ ।

CAPRICORN
CAPRICORN (ରାଶିଫଳ)

କୁମ୍ଭ: ଆଜି ସମସ୍ତ ଦୃଷ୍ଟିରୁ ଶୁଭ ନକ୍ଷତ୍ରମାନେ ଆପଣଙ୍କ ସପକ୍ଷରେ ରହିବେ । ଘରେ ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ । ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ଜଙ୍କ୍‌ଫୁଡ୍‌ ବିଶେଷ କରି ବାହାର ଖାଦ୍ୟ ଠାରୁ ଦୁରେଇ ରହନ୍ତୁ, ଫଳରେ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟୀମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ । ଆଜି ହଠାତ ଧନପ୍ରାପ୍ତି ହେବ । ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାଇବେ । ବହୁ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପାରିବାରିକ ଜୀବନ ହସ ଖୁସିରେ କଟିବ ।

AQUARIUS
AQUARIUS (ରାଶିଫଳ)

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ହେବ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତାର ସ୍ୱାଦ ଚାଖିବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ୍ଳ ରହିବ । ପାରିବାରିକ ଜୀବନରେ ଶାନ୍ତି ରହିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରିପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

PISCES
PISCES (ରାଶିଫଳ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.