ଉଦାହରଣ ସାଜିଲେ ମୁଖ୍ୟମନ୍ତ୍ରୀ ମୋହନ, ନିଜ ଘରେ ଆରମ୍ଭ କଲେ ଅଭିଯୋଗ ପ୍ରକୋଷ୍ଠ - CM public Grievance in kendujhar

By ETV Bharat Odisha Team

Published : 3 hours ago

thumbnail
CM PUBLIC GRIEVANCE IN KENDUJHAR (ETV Bharat Odisha)

CM PUBLIC GRIEVANCE: କେନ୍ଦୁଝର: ନିଜ ଘରକୁ ଅଭିଯୋଗ ପ୍ରକୋଷ୍ଠ କଲେ ମୁଖ୍ୟମନ୍ତ୍ରୀ । ତିନି ଦିନିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ସନ୍ଧ୍ୟାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ସେ କେନ୍ଦୁଝର ସହର ସ୍ଥିତ ମଣ୍ଡୁଆ ବାସଭବନ ଯାଇଥିଲେ । ସେଠାରେ ନୂତନ ଭାବେ ନିର୍ମିତ ଅଭିଯୋଗ ପ୍ରକୋଷ୍ଠକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଞ୍ଚ ଜଣଙ୍କ ଅଭିଯୋଗ ଶୁଣାଣି କରିବା ସହ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଏହି ଅଭିଯୋଗ ପ୍ରକୋଷ୍ଠ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହାସହ ଜିଲ୍ଲାପାଳଙ୍କ ଅଭିଯାଗ ଶୁଣାଣୀ ପରେ ଯେଉଁ ବ୍ୟକ୍ତିମାନେ ଏଥିରୁ ନ୍ୟାୟ ପାଇବାରୁ ବଞ୍ଚିତ ଅନୁଭବ କରିବେ ସେମାନେ ଏହି ଅଭିଯୋଗ ପ୍ରକୋଷ୍ଠରେ ନିଶ୍ଚିତ ଭାବେ ଅଭିଯୋଗ କରି ପାରିବେ ବୋଲି ଆଶ୍ଵସନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....‘କେନ୍ଦୁଝରରେ ଇସ୍ପାତ କାରଖାନା’ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା - CM Mohan Majhi

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.