ETV Bharat / state

ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested

author img

By ETV Bharat Odisha Team

Published : 2 hours ago

NV HARIHARA RAO ARRESTED: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓ । ଆୟଠୁ 177% ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଅଧିକ ପଢନ୍ତୁ

ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର
ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର (ETV Bharat Odisha)

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହେଲା କାଳ । ବନ୍ଧା ହେଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓ । ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କୁ ଶେଷରେ ଗିରଫ କରିଛି ଭିଜିଲାନ୍ସ । ଆୟଠୁ 177% ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନଭି ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭିଜିଲାନ୍ସ ଏସପିଏମ ରାଧାକୃଷ୍ଣ । ଚଢ଼ଉ ବେଳେ ୩.୭୭ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି ବେନାମୀ କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ।

୧୧ଟି ସ୍ଥାନରେ ଚଢାଉ:

ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀ ହରିହର ରାଓଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେନ୍ଦୁଝର ଏବଂ ବାଲେଶ୍ୱର ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଇଥିଲା । ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ । 1994-95 ମସିହାରୁ କାମ ଆରମ୍ଭ କରିଥିଲେ ସେ । ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ବିଭିନ୍ନ ଜିଲ୍ଲାରେ ବଡ଼ ବଡ଼ ପ୍ଲଟ ମଧ୍ୟ କିଣିଥିଲେ ।

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ, ୧୧ ସ୍ଥାନରେ ଏକକାଳୀନ ଚଢାଉ - Vigilance Raid

ଏହା ମଧ୍ୟ ପଢନ୍ତୁ ...ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody

ଏହା ମଧ୍ୟ ପଢନ୍ତୁ ...ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ - Bribes to Collector

ହରିହରଙ୍କ ସମ୍ପତ୍ତି ତାଲିକା:

ବାଲେଶ୍ୱରରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଏନ୍.ଭି.ହରିହର ରାଓଙ୍କ ବ୍ରହ୍ମପୁର ସହର ଉପକଣ୍ଠ ଭାବବିନିପୁର ଅଞ୍ଚଳର ପ୍ଲଟ ନଂ -୪୫୯୨ରେ ରହିଛି ଗୋଟିଏ ଦୁଇ ମହଲା କୋଠା । ରାଜଧାନୀ ଭୁବନେଶ୍ୱରର ପାତ୍ରପଡାର ପ୍ଲଟ ନଂ ୨୮୪ ନଂ ରେ ରହିଛି ଏକ ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ସହରର କମାପଲ୍ଲୀ ବୈଦ୍ୟନାଥପୁର ଥାନା ଅଞ୍ଚଳର ସ୍ପେଟରମ୍ ଗ୍ରୀନ୍ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ରହିଛି ୩-ବି.ଏଚ୍.କେ ବିଶିଷ୍ଟ ଫ୍ଲାର୍ଟ । ଏହି ସବୁ ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ବ୍ରହ୍ମପୁରର ତୁଳସିନଗର ଏବଂ ଶାନ୍ତିନଗର ଅଞ୍ଚଳରେ ରହିଥିବା ମୁଖ୍ୟଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ବାସଭବନ ସମେତ ଫୁଲବାଣୀ ଅଞ୍ଚଳରେ ରହିଥିବା ମୁଖ୍ୟଯନ୍ତ୍ରୀଙ୍କ ପୈତୃକ ବାସଭବନ, ବାଲେଶ୍ୱରରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ କାର୍ଯ୍ୟାଳୟ, କ୍ୱାଟର ସମେତ କେନ୍ଦୁଝର ଅଞ୍ଚଳର ବଳଦେବଜୀଉ କଲୋନୀରେ ରହିଥିବା ସଂପର୍କୀୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.