ରାୟଗଡାରେ ମାତିଲେ ଲୁଟେରା, ଘରୁ ଲୁଟିଲେ 20 ଭରି ସୁନା

By ETV Bharat Odisha Team

Published : Nov 18, 2023, 7:58 PM IST

thumbnail

ରାୟଗଡା: ରାୟଗଡା ସହରରେ କିଛି ଦିନର ନୀରବତା ପରେ ପୁଣି ମାତିଛନ୍ତି ଲୁଟେରା । ଘର ପଛ କବାଟ ଭାଙ୍ଗି ଲୁଟିଲେ 20 ଭରି ସୁନା ଗହଣା ସହ 50 ହଜାର ନଗଦ ଟଙ୍କା । ଏଭଳି ଘଟଣା ଘଟିଛି ରାୟଗଡା ସଦର ପୋଲିସ ଥାନା ଠାରୁ ମାତ୍ର 100 ମିଟର ଦୂର ରାମାଟକଜି ଅଞ୍ଚଳରେ । ପୋଲିସ ଥାନା ନିକଟ ରାମା ସିନେମା ହଲ ପାଖରେ ଗତ ରାତିରେ ଦୃର୍ବୃତ୍ତ କଳାକନା ବୁଲାଇଛନ୍ତି ।

ସୂଚନା ଅନୁଯାୟୀ ପିତଲି ସେଂକେରି ନାମକ ଜଣେ ଟ୍ରକ ଡ୍ରାଇଭର ଘରେ ନଥିବାବେଳେ ଗତକାଲି ରାତିରେ କିଛି ଦୃର୍ବୃତ୍ତ ଏହାର ସୁଯୋଗ ନେଇ ଘର ପଛ କବାଟ ଭାଙ୍ଗି 20 ଭରି ସୁନା ଗହଣା ସହ 50 ହଜାର ନଗଦ ଟଙ୍କା ଚୋରି କରିନେଇଥିଲେ । ହେଲେ ପରିବାର ଲୋକେ ଆଜି ଦିନ 12 ଟାରେ ଘରେ ପହଞ୍ଚି ରୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ପିତଲି ସେଂକେରି ରାୟଗଡ଼ା ଥାନାରେ ଏକ ଲିଖିକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ଦ୍ଵାରା ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ ପୋଲିସ କାହାକୁ ଗିରଫ କିମ୍ବା ଅଟକ ରାଖି ନଥିବା ଜଣାପଡିଛି  ।
ଏହା ମଧ୍ୟ ପଢନ୍ତୁ ....ଚାଷୀ ନାଁରେ କୋଟି କୋଟି ଟଙ୍କାର ଠକେଇ: 14 ଗିରଫ, ଆଗକୁ ବଢିପାରେ ଗିରଫଦାରୀ

ଇଟିଭି ଭାରତ, ରାୟଗାଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.