ମନ୍ଦିରକୁ ଛାଡିଲେନି ଚୋର, ଲୁଟିନେଲେ ମା’ ଉଗ୍ରତାରାଙ୍କ ସୁନା ଅଳଙ୍କାର - ଖୋର୍ଦ୍ଧା ନ୍ୟୁଜ
🎬 Watch Now: Feature Video
ଖୋର୍ଦ୍ଧା: ଉଗ୍ରତାରା ମନ୍ଦିରରୁ ଲୁଟ । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଖୋର୍ଦ୍ଧାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମା' ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ । ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି । ମନ୍ଦିରରେ ଦୁଇଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ସେମାନେ ଶୋଇ ପଡ଼ିଥିଲେ । ଆଉ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ମନ୍ଦିରରୁ ଚୋରି କରିଛନ୍ତି । ଏନେଇ ଟାଙ୍ଗି ପୋଲିସ ଓ ଭୁଷଣ୍ଡପୁର ଫାଣ୍ଡି ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ସେପଟେ ପୋଲିସ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏପରି ଚୋରି ଘଟୁଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ
ଇଟିଭି ଭାରତ, ଖୋର୍ଦ୍ଧା