ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି, ୩ ଅଟକ - ଶାରଳା ମନ୍ଦିର ହୁଣ୍ଡି ଲୁଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 14, 2023, 1:48 PM IST

ଜଗତସିଂହପୁର: ଠାକୁରାଣୀଙ୍କୁ ବି ଛାଡିଲେନି ଚୋର । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଇ ଚମ୍ପଟ ମାରିଲେ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଶାରଳାଙ୍କ ମନ୍ଦିରରେ ଏହି ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ୩୦ ରୁ ୩୫ ଲକ୍ଷ ଟଙ୍କା ଲୁଟିଥିବା ଆଜି ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମନ୍ଦିରରେ ପହଞ୍ଚି ଛାନଭିନ ଚଳାଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ଏହା ମଧ୍ୟ ପଢନ୍ତୁ: ଏଟିଏମରେ କଳାକନା ବୁଲାଇଲେ ଲୁଟେରା

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ କଟର ମେସିନ ଧରି ମନ୍ଦିରର ପଶ୍ଚିମ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମନ୍ଦିରର ସିଂହଦ୍ଵାର ନିକଟରେ ଥିବା ୧ ନମ୍ବର ହୁଣ୍ଡିକୁ କଟର ମେସିନ ସାହାଯ୍ୟରେ କାଟି ଟଙ୍କା ଲୁଟି ନେଥିଲେ । ହୁଣ୍ଡି ଲୁଟ୍‌ କରିବା ପରେ ଦୁର୍ବୁତ୍ତମାନେ ପଶ୍ଚିମ ଦ୍ୱାରା ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ତିର୍ତ୍ତୋଲ ପୋଲିସ ତନାଘନା କରିବା ସହିତ ୩ ଜଣ ଅଭିଯୁକ୍ତକୁ ଧରି ଥାନାରେ ପଚରାଉଚାର କରୁଛି । ଶାରଳା ମନ୍ଦିରର ଏହି ହୁଣ୍ଡି ବର୍ଷକୁ ଥରେ ଖୋଲାଯାଇଥାଏ । ଏଥିରୁ ହାରାହାରି ୩୦ରୁ ୩୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ସନ୍ଦେହ କରାଯାଉଛି ।

ଆଜି ଭୋରୁ ସେବକମାନେ ମନ୍ଦିର ଖୋଲିବା ପାଇଁ ଯିବାବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ମନ୍ଦିର ଟ୍ରଷ୍ଟ ବୋର୍ଡଙ୍କୁ ଖବର ଦେଇଥିଲେ । ଟ୍ରଷ୍ଟ ବୋର୍ଡର ମୁଖ୍ୟ ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଟକ ଥିବା ୩ ଜଣଙ୍କ ଠାରୁ କିଛି ଟଙ୍କା ଜବତ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.