ଉଧାର ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ, ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ - ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 16, 2023, 1:36 PM IST

ଭବାନୀପାଟଣା: ଉଧାର ଟଙ୍କା ଫେରସ୍ତ ମାଗିବା ମହଙ୍ଗା ପଡିଲା । ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ କସାକେନ୍ଦୁ ଅଞ୍ଚଳରେ । ତେବେ ଅଞ୍ଜନ ପାଢ଼ୀ ନାମକ ଜଣେ ବ୍ୟକ୍ତି ପ୍ରାୟ ୨ଲକ୍ଷ ଟଙ୍କା ଜଣଙ୍କୁ ହାତ ଉଧାର ଦେଇଥିଲେ । ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନଥିଲେ । ତେଣୁ ଗତ ରାତିରେ ଟଙ୍କା ଫେରସ୍ତ କରିବା ପାଇଁ ଅଞ୍ଜନଙ୍କୁ ଉଧାର ନେଇ ଥିବା ବ୍ୟକ୍ତି ଡାକିଥିଲା ଖରିଆର ରାସ୍ତା ପଟକୁ ଏବଂ ଅଞ୍ଜନ ଏକା ଥିବା ଦେଖି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏନେଇ କୌଣସି ମତେ ପରିବାର ଲୋକେ ଖବର ପାଇଁ ଅଞ୍ଜନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇଥିବା ଜଣାପଡ଼ିଛି ।  

ଏହା ମଧ୍ୟ ପଢ଼ନ୍ତୁ- ଘରେ ନିଆଁ ଲଗାଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.