କିଶୋରୀ ବୟସରେ ଦାୟିତ୍ବ ବୋଝ, ରୋଗୀଣା ବାପା ପାଇଁ ସହାୟତା ମଗୁଛି ମାଆ ଛେଉଣ୍ଡ ଝିଅ - Balasore news
🎬 Watch Now: Feature Video
Published : Sep 14, 2023, 9:59 PM IST
ବାଲେଶ୍ଵର: ଗୋଟିଏ ପଟେ ମାଆ ଚାଲିଯିବାର ଦୁଃଖ ଆନ୍ୟପଟେ ବାପା ଅଜଣା ରୋଗରେ ରୋଗାକ୍ରାନ୍ତ । କିଶୋରୀ ବୟସରେ ଏବେ ଦାୟିତ୍ୱ ମୁଣ୍ଡେଇ ବସିଛି ଧାନ ସୋରେନଙ୍କ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ । ଖେଳକୁଦ ବୟସରେ ଏବେ ପରିବାରର ବୋଝ ମୁଣ୍ଡାଇଛି ନାବାଳିକା । ସ୍ନେହ ପାଇବା ବୟସରେ ଆଜି ସେ ମାଆକୁ ହରାଇଛି । ଯେଉଁ ବୟସରେ ପରିବାର ସହ ହସ ଖୁସିରେ ରହି ପାଠ ପଢ଼ି ନିଜର ଭବିଷ୍ୟତ ଗଢିବା କଥା । ସେହି ବୟସରେ ଏବେ ରୋଗୀଣା ବାପାଙ୍କ ସେବା କରୁଛି । ପାଠପଢା ବନ୍ଦ କରି ରୋଗୀଣା ବାପାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି ନାବାଳିକା ଝିଅ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରେ ।
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି କଣ୍ଟାପଡ଼ା ଗ୍ରାମର ଧାନ ସୋରେନ, ସ୍ତ୍ରୀ ଓ ଝିଅକୁ ନେଇ ଧାନଙ୍କ ପରିବାର । କିଛି ବର୍ଷ ତଳେ ଧାନଙ୍କ ପରିବାର ଉପରକୁ ଘୋଟି ଆସିଲା ଏକ ଦୁଃଖର କଳା ବାଦଲ । ସ୍ତ୍ରୀ ଫୁଲ ସୋରେନ କୌଣସି ଏକ ରୋଗରେ ପୀଡ଼ିତ ଥିଲେ । ଅର୍ଥ ଅଭାବରୁ ଚିକିତ୍ସା ନ ପାଇପାରି ଶେଷରେ ଆଖି ବୁଝିଥିଲେ । ସ୍ତ୍ରୀ ରୋଗରେ ପଡ଼ି ଆରପାରିକୁ ଚାଲି ଯିବା ପରେ ଏବେ ଅଜଣା ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି ଧାନ ସୋରେନ । ବାପାଙ୍କ ଅବସ୍ଥା ଏବଂ ଘରର ଆର୍ଥିକ ସ୍ଥିତି କୁନି ଝିଅର ଭବିଷ୍ୟତର ସମସ୍ତ ଲକ୍ଷ୍ୟ ସତେ ଯେମିତି ଧୂଳିସାତ କରି ଦେଇଛି ।
ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଠ ପଢାରେ ବାଧା ସୃଷ୍ଟି ହେଉଛି । ପାଠ ପଢିବା ପାଇଁ ବିଦ୍ୟାଳୟକୁ ଗଲେ ରୋଗୀଣା ବାପାଙ୍କ ଖାଇବା ପିଇବାରେ ଅସୁବିଧା ହେଉ ଥିବାରୁ ଅଧାରୁ ପାଠପଢାରେ ଡୋରି ବନ୍ଧା ହୋଇଛି । ଆର୍ଥିକ ଅନଟନ ଯୋଗୁଁ ଧାନଙ୍କ ଚିକିତ୍ସା ମଧ୍ୟ ହୋଇ ପାରୁନି । ଏବେ କେବଳ ସହାୟତା ହିଁ ସାହା ଭରସା । ଯଦି ସରକାରୀ କିମ୍ବା ବେସରକାରୀ ସ୍ଥରରେ ଏହି ପରିବାରକୁ ଆର୍ଥିକ ସହାୟତା ମିଳି ପାରନ୍ତା ତାହେଲେ ହୁଏତ ଧାନ ସୁସ୍ଥ ହୋଇପାରନ୍ତେ ଓ ତାଙ୍କ ଝିଅ ପୁଣି ପାଠପଢ଼ା ଆରମ୍ଭ କରି ପାରନ୍ତା ।
ଇଟିଭି ଭାରତ,ବାଲେଶ୍ଵର