thumbnail

World Cup 2023: ଚକଖଡ଼ିରେ 1 ଇଞ୍ଜର କ୍ରିକେଟ ବିଶ୍ଵକପ୍ ସହ କ୍ୟାପ୍ଟେନଙ୍କ ପ୍ରତିକୃତି କରି ଚର୍ଚ୍ଚାରେ ବିଜୟ

By ETV Bharat Odisha Team

Published : Oct 6, 2023, 1:01 PM IST

Updated : Oct 6, 2023, 1:07 PM IST

ବ୍ରହ୍ମପୁର: ICC ଦିନିକିଆ କ୍ରିକେଟ ବିଶ୍ବକପ 2023 ଆରମ୍ଭ ହୋଇଛି । ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । କ୍ରିକେଟ ବିଶ୍ବକପକ ପାଇଁ ଚକଖଡ଼ିରେ କଳାକୃତି କରିଛନ୍ତି ବ୍ରହ୍ମପୁରର କେ ବିଜୟ ରେଡ୍ଡୀ । ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ବିଶ୍ବକପ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳର ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡ୍ଡୀ ଚକଖଡିରେ କଳାକୃତି ପ୍ରସ୍ତୁତ କରିଛନ୍ତି । ସେ ନିଜର କଳାକୃତି ମାଧ୍ଯମରେ ବିଶ୍ବକପରେ ଅଂଶଗ୍ରହଣ କରୁଥିବା ୧୦ଗୋଟି ଦେଶର କ୍ରିକେଟ ଅଧିନାୟକଙ୍କ ପ୍ରତିଛବି ଅଙ୍କିତ କରିଥିବା ବେଳେ ଅବିକଳ ବିଶ୍ଵକପକୁ ମଧ୍ଯ ଏହି ଚକଖଡ଼ି ମାଧ୍ଯମରେ ତିଆରି କରିଛନ୍ତି । ଏହାକୁ କରିବାକୁ ବିଜୟଙ୍କୁ ପାଖାପାଖି ୧୫ ଦିନ ସମୟ ଲାଗିଥିଲା । ଚକ୍‌ରେ ଏକ ଇଞ୍ଚ୍‌ର ବିଶ୍ଵକପ୍ ଟ୍ରଫି ସମେତ ଭାରତ ଦଳର ଅଧିନାୟକ ରୋହିତ ଶର୍ମା, ଇଂଲଣ୍ଡର ଜସ ବଟଲର, ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନଙ୍କ ସମେତ 10 ଦଳର ଅଧିନାୟକଙ୍କ ପ୍ରତିଛବି କରିଛନ୍ତି । ଏଭଳି କଳାକୃତି କ୍ରୀଡ଼ାପ୍ରେମୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ବିଜୟ ।

ଏହା ବି ପଢନ୍ତୁ...World Cup 2023: ହଦଳି ଖଣ୍ଡରେ 1 ଇଞ୍ଚର ଟ୍ରଫି ଗଢି ଚର୍ଚ୍ଚାରେ ସୂକ୍ଷ୍ମଶିଳ୍ପୀ

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 6, 2023, 1:07 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.