ଅପମାନିତ କରିନି, ପ୍ରଧାନମନ୍ତ୍ରୀ ବି ମିମିକ୍ରି କରନ୍ତି: କଲ୍ୟାଣ ବାନାର୍ଜୀ

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ନକଲ କରିବା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ । ମିମିକ୍ରିକୁ ନେଇ ବିଭିନ୍ନ ମହଲରେ  ସମାଲୋଚନାର ଶିକାର ହେବା ପରେ, କଲ୍ୟାଣ ବାନାର୍ଜୀ ସଫେଇ ଦେଇଛନ୍ତି ଯେ, ସେ ଜାଣି ଶୁଣି ଅପମାନ କିମ୍ବା ଅସମ୍ମାନ କରିନାହାନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସମ୍ମାନ କରନ୍ତି । ତାଙ୍କ ପ୍ରତି ମୋର ସମ୍ମାନ ରହିଛି । ସେ ମୋ ପ୍ରଫେସନର ଅଟନ୍ତି । ସେ ଆମର (ପଶ୍ଚିମବଙ୍ଗ) ପୂର୍ବତନ ରାଜ୍ୟପାଳ ଥିଲେ ।  ସେ ଆମର ଉପରାଷ୍ଟ୍ରପତି । ମୁଁ କେବଳ ଏକ ପ୍ରକାର କଳା ବା ଆର୍ଟ ପ୍ରଦର୍ଶନ କରିଥିଲି । କୌଣସି ବ୍ୟକ୍ତିଙ୍କୁ 'ଅନୁକରଣ  କରିବା ଏକ କଳା' । ତେବେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ନିଜ ଆଚରଣ ପାଇଁ ସିଧା ସଳଖ କ୍ଷମା ମାଗି ନାହାନ୍ତି। ଅନ୍ୟପକ୍ଷରେ ମିମିକ୍ରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାହରଣ ଦେଇଛନ୍ତି ଟିଏସି ସାଂସଦ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ 2014ରୁ 2019 ମଧ୍ୟରେ ଲୋକସଭାରେ ନକଲ କରିଥିଲେ। ଗତକାଲି ଟିଏମସି ସାଂସଦ, ସଂସଦ ବାହାରେ ନିଲମ୍ବିତ ସାଂସଦମାନଙ୍କ ଧାରଣାସ୍ଥଳରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନେଇ ମିମିକ୍ରି କରିଥିଲେ ।


ଏହା ମଧ୍ଯ ପଢ଼ନ୍ତୁ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ମୁର୍ମୁଙ୍କ ଚିନ୍ତା ପ୍ରକଟ, ଧନଖଡ଼ଙ୍କୁ ଫୋନ୍ କଲେ ମୋଦି

ଏହା ମଧ୍ଯ ପଢ଼ନ୍ତୁ: ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.