thumbnail

By ETV Bharat Odisha Team

Published : Oct 5, 2023, 7:31 PM IST

ETV Bharat / Videos

ITBP ଯବାନଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ସାରା ଦେଶରେ ପାଳନ ହେଉଛି ମେରି ମାଟି ମେରି ଦେଶ କାର୍ଯ୍ୟକ୍ରମ । ଗାଁ ଗାଁରୁ ସଂଗ୍ରହ ହେଉଛି ପବିତ୍ର ମାଟି । ଏହି ଅବସରରେ ଇଣ୍ଡୋ ତିବତ୍ ବୋର୍ଡର ପୋଲିସ(ITBP) ପକ୍ଷରୁ ମେରି ମାଟି ମେରି ଦେଶ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲାର ବେଗୁନିଆ ଏବଂ ବୋଲଗଡ଼ରେ ଅନୁଷ୍ଠିତ ହୋଇଯାଇଛି । ITBPର କମାଣ୍ଡାଣ୍ଟ ନରେନ୍ଦ୍ର ସିଂ ଗାଁରୁ ଅମୃତ କଳସରେ ସଂଗ୍ରହ ହୋଇଥିବା ପବିତ୍ର ମାଟିକୁ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁଙ୍କୁ ପ୍ରଦାନ କରିଥିଲେ । 

ITBPର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିରେନ୍ଦ୍ର ସିଂ କହିଛନ୍ତି, "ଜିଲାର 10ଟି ବ୍ଲକରେ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଥମେ ବେଗୁନିଆ ଓ ବୋଲଗଡ଼ ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯାଇଛି ।"ସାରା ଦେଶର ପଞ୍ଚାୟତ ମାଟିରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ "ଅମୃତ ବାଟିକା" ନିର୍ମାଣ କରାଯିବ । ଏହା ସ୍ବାଧୀନତା, ଏକତା ଏବଂ ଅଖଣ୍ଡତାରେ ଅବଦାନ ଦେଇଥିବା ବୀରମାନଙ୍କୁ "ଆଜାଦୀ କା ଅମୃତ ମହୋତ୍ସବ ମେମୋରିଆଲ" ଦିଆଯିବ । 

ଏହା ବ୍ୟତୀତ ପ୍ରତି ଗାଁରେ ପୋଖରୀ ସଂରକ୍ଷଣ ଉଦ୍ଦେଶ୍ୟରେ ପୋଖରୀ କୂଳରେ ଦେଶ ଏବଂ କର୍ତ୍ତବ୍ୟ ପାଇଁ ପ୍ରାଣ ହରାଇଥିବା ଶହୀଦଙ୍କ ନାମରେ ସ୍ମାରକପତ୍ର ମଧ୍ୟ ନିର୍ମାଣ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ITBPର ଯବାନଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ସହ ବିଜେପି କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ନବରଙ୍ଗପୁରରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ


ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.