ଆଠ ଦଫା ଦାବି ନେଇ ଧାରଣା ଦେଲା ଏମଆର ସଂଘ

By ETV Bharat Odisha Team

Published : Dec 20, 2023, 8:24 PM IST

thumbnail

ବଲାଙ୍ଗୀର: ଔଷଧ ଏମଆର ସଂଘର ଆନ୍ଦୋଳନ । ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଲାଙ୍ଗୀର ଓଡିଶା ରାଜ୍ୟ ଏମଆର ସଂଘ ଓଶ୍ରୁର ଆହ୍ୱାନ କ୍ରମେ ଜିଲ୍ଲା ଏମାଆର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଆଜି ଜିଲ୍ଲାର ଶତାଧିକ ଏମଆର ଏକାଠି ହୋଇ ସହରରେ ଏକ ଶୋଭାଯାତ୍ରା କରିଥିଲେ । ପରେ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । 

ତେବେ ସେମାନଙ୍କ ମୁଖ୍ୟ ଆଠଟି ଦାବି ଉପସ୍ଥାପିତ କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାର ସମ୍ମୁଖରେ ଏମାନେ ପାଞ୍ଚଟି ଦାବି ଓ ରାଜ୍ୟ ସରକାରଙ୍କ ସମ୍ମୁଖରେ ତିନୋଟି ଦାବି ରଖିଛନ୍ତି । ତେବେ ଚାକିରି ନିୟମ 1976 ଅନୁସାରେ ତାଙ୍କୁ ସୁରକ୍ଷା, କାମ କରିବା ପାଇଁ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ସ୍ଥିର କରିବା, ସବୁ ଡାକ୍ତରଖାନାରେ ତାଙ୍କୁ ପ୍ରବେଶ ଅନୁମତି ଦେବା । ସବୁ ପ୍ରକାରର ଔଷଧରୁ ଜିଏସ୍‌ଟି ଉଚ୍ଛେଦ କରିବା, ତାଙ୍କର ତଥ୍ୟ ସୁରକ୍ଷା, କମ୍ପାନୀମାନଙ୍କ ଦ୍ୱାରା ଶୋଷଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ତେବେ ରାଜ୍ୟ ଏମଆର ସଂଘ ଉପସଭାପତି ଅନିରୁଦ୍ଧ ମହାପାତ୍ର ଏହି ଆଠଟି ଦାବିକୁ ନେଇ ସୂଚନା ଦେଇଛନ୍ତି । ଦୀର୍ଘ ଦିନରୁ ଆନ୍ଦୋଳନ କରିଥିଲେ ମଧ୍ୟ କେହି ଶୁଣୁ ନଥିବାର ସେ ଅଭିଯୋଗ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.