ମାର୍କେଟ ବିଲ୍ଡିଂ ଖୋଲିବା ପ୍ରସଙ୍ଗ: ବାହାରିଲାନି ନିଷ୍କର୍ସ, ମହଲତ ଦେଲା ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ

By

Published : Jul 23, 2023, 10:19 PM IST

thumbnail

ଭୁବନେଶ୍ବର: ମୁହାଁମୁହିଁ ହେଲେ ମାର୍କେଟ ବିଲ୍ଡିଂ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟ ସଂଘ । ଯୁକ୍ତି ତର୍କ ସହ ନିଜ ନିଜର ବ୍ୟାନର ଧରି ବୁଲିଲେ । ଆଉ ନିଜ ଜିଦରେ ଅଟଳ ରହିଲେ । ୟୁନିଟ-୨ ମାର୍କେଟ ବିଲ୍ଡିଂରେ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟ ସଂଘଙ୍କ ଆନ୍ଦୋଳନ ୭ ଦିନରେ ପହଞ୍ଚିଲା । ହେଲେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ କୌଣସି ନିଷ୍କର୍ସ ବାହାରି ପାରିଲାନାହିଁ । ତେଣୁ ସରକାରଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ମହଲତ ଦେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ସମସ୍ୟା ଦୂର ନହେଲେ ଆସନ୍ତାକାଲି ସନ୍ଧ୍ୟାରେ ଏନେଇ ନିଷ୍ପତି ନିଆଯିବ । ସାରା ଭୁବନେଶ୍ୱର ଗୋଟିଏ ଦିନ ବ୍ୟବସାୟ ପ୍ରତିଷ୍ଠାନ ରହିବ ବନ୍ଦ । ଭୁବନେଶ୍ବରର ସମସ୍ତ ବ୍ୟବସାୟୀ ସଂଘ ବୈଠକରେ ଯୋଗଦେଇ ଏହାକୁ ନେଇ ସମର୍ଥନ ଜଣାଇଛନ୍ତି । ଗତ ୭ ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.