ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/16-01-2024/640-480-20517613-thumbnail-16x9-bdf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 16, 2024, 6:53 AM IST
Mangala Alati: ପୁରୀ: ଅନାଥର ନାଥ ଶ୍ରୀଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡମଣି କାଳିଆ ଠାକୁର । ଭକ୍ତର ଭାବରେ ବନ୍ଧା କାଳିଆ ସାଆନ୍ତେ । ଜଗାକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତା'ର ଚକା ନୟନକୁ ଦେଖିଲେ ଓଦା ହୋଇଯାଏ ଭକ୍ତର ଆଖି । ପ୍ରତିଦିନ ବଡ଼ି ଭୋରରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସବୁଦିନ ପରି ଆଜି ମଧ୍ୟ ଭୋରରୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ପାଇଁ ଆଳତୀ କରିଛନ୍ତି ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ