ଦର୍ଶନ କରନ୍ତୁ ପଟି ଦିଅଁଙ୍କ ଦିବ୍ୟ ଆଳତୀ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jun 18, 2023, 6:54 AM IST

ପୁରୀ: ଦୁଇଟା ଦିନ ପରେ ନୀଳାଚଳିଆର ରଥଯାତ୍ରା  । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରେ ବଡଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ  । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ପଡିବା ପରଠୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ଅଛନ୍ତି  । ସେ ସୁସ୍ଥ ହୋଇସାରିଥିବା ବେଳେ ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ  । ସେପଟେ ଏତେ ଦିନ ହେଲାଣି ମଣିଆଙ୍କ ଦର୍ଶନ ନପାଇ ଆତୁର ହେଉଛି ଭକ୍ତ  । ମହାପ୍ରଭୁଙ୍କ ଅଣସର ପିଣ୍ଡି ବିଜେ ପରଠୁ ତାଙ୍କର ବିକଳ୍ପ ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ  । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଦେବୀ ଭୂବନେଶ୍ବରୀ ପୂଜା ପାଉଁଛନ୍ତି  । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ତାହା ପଟି ଦିଅଁଙ୍କ ଠାରେ ହେଉଛି  । ଜଗତର ମଙ୍ଗଳ ପାଇଁ ପ୍ରତିଦିନ ଭଳି ଆଜି ପ୍ରଭାତରେ ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ  । ଏହି ସମୟରେ ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତି ହୋଇଥାଏ  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.