ପ୍ରଭାତରେ ଦର୍ଶନ କରନ୍ତୁ ପଟି ଦିଅଁଙ୍କ ଦିବ୍ୟ ଆଳତୀ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jun 11, 2023, 7:07 AM IST

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଉପଚାର ଚାଲିଛି । ଶୁକ୍ରବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଜଡିବୁଟି ଯୁକ୍ତ ଫୁଲୁରି ତେଲ ଲାଗି ହୋଇଥିବା ବେଳେ ଗତକାଲି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି । ଦାରୁ ଦିଅଁଙ୍କ ଅଣସର ପିଣ୍ଡି ବିଜେ ପରେ ବିକଳ୍ପ ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ବିକଳ୍ପ ଭାବେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହେଉଛି । ପ୍ରତ୍ୟୁଷରୁ ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଅପାର କରୁଣା ଓ ପୂଣ୍ୟ ପ୍ରାପ୍ତି ହୋଇଥାଏ । ସେହିପରି ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିବାରୁ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ପ୍ରଭୁ ଅଲାରନାଥଙ୍କ ପୀଠରେ ଦର୍ଶନ ପାଇଁ ବ୍ରହ୍ମଗିରିରେ ଭକ୍ତଙ୍କ ଭିଡ ଜମୁଛି  । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.