Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jun 29, 2023, 6:41 AM IST

ପୁରୀ: ଆଡପ ମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡିଛନ୍ତି ମହାବାହୁ । ବୁଧବାର ସହଳ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ନନ୍ଦିଘୋଷ, ତାଳ ଧ୍ବଜ ଓ ଦର୍ପଦଳନ ରଥ । ଆଜି ହେଉଛି ଶ୍ରୀବିଗ୍ରଙ୍କ ସୁନା ବେଶ । ମହଣ ମହଣ ସୁନା ପରିଧାନ କରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ ବିଶ୍ବନିୟନ୍ତା । 9ଦିନ ଧରି ଖାଁ ଖାଁ ହୋଇଥିବା ବଡଦାଣ୍ଡ ଏବେ ଭକ୍ତଙ୍କ ଗହଳିରେ ଫାଟିପଡୁଛି । ଆଜି ବଡି ଭୋରୁ ସେବାୟତମାନେ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଦ୍ବାରଫିଟା ନୀତି ପରେ ସେବାୟତ ପତିତପାବନଙ୍କ ମଙ୍ଗଳ ଆଳତୀ କରିଥିଲେ। ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବନିୟନ୍ତାଙ୍କ ପାଖରେ ପ୍ରତିଦିନ ଆଳତୀ କରିଥାନ୍ତି ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଏହି ଆଳତୀ ଦେଖିବାକୁ ବହୁ ଭକ୍ତଙ୍କୁ ସମାଗମ ହୋଇଥିଲା।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.