Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/01-07-2023/640-480-18886671-thumbnail-16x9-puri.jpg)
ପୁରୀ: ଭାବ ବିନୋଦିଆ କାଳିଆ ଠାକୁର । ଦିନବନ୍ଧୁ, କୃପାସିନ୍ଧୁ । କୋଟି ଓଡ଼ିଆଙ୍କ ମଉଡମଣି । ତାଙ୍କର ଚକାଆଖିକୁ ଚାହିଁଦେଲେ ସବୁ ଦୁଃଖ କଷ୍ଟ ପାଶୋରି ଯାଏ ଭକ୍ତ । ମହାପ୍ରଭୁଙ୍କ ଝଲକଟିଏ ପାଇବାକୁ କାହିଁ କେତେ ଦୂରରେ ଭକ୍ତଟିଏ ଧାଇଁ ଆସେ ଶ୍ରୀକ୍ଷେତ୍ର ଧାମକୁ । ନବଦିନାତ୍ମକ ଘୋଷଯାତ୍ରା ସରିବା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ଜଗତର କଲ୍ୟାଣ ମନାସି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ କରାଯାଏ ମଙ୍ଗଳ ଆଳତୀ । ସବୁ ଦିନ ପରି ଆଜି ବି ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ଘଣ୍ଟି, ଦୀପ ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ । ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ଏହି ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହେବା ସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ