Mangala Alati: ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18556194-thumbnail-16x9-alati.jpg)
ପୁରୀ: ଜଗତର ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ ସାଆନ୍ତେ । ଭାବ ବିନୋଦିଆ କାଳିଆ ଠାକୁର । ଜଗତର କଲ୍ୟାଣ ପାଇଁ ପ୍ରତିଦିନ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ୍ ଅଧିକ । ପ୍ରତିଦିନ ପରି ଆଜି ମଧ୍ୟ ପ୍ରତ୍ୟୁଷରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି କରାଯାଇଛି । ଏହାପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ । ବିଶ୍ବାସ ରହିଛି, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ଇଶ୍ବରଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କରି ଡୋରି ଲାଗିଲେ ସାତ ସମୁଦ୍ର ପାରି ହୋଇ ଶ୍ରୀକ୍ଷେତ୍ର ଆସିଥାଏ ଭକ୍ତ । ସେ ଦୁଃଖ ହର୍ତ୍ତା । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧାରଧାମରେ ଅବତାର ନେଇଛନ୍ତି । କଳିଆ ସାଆନ୍ତେଙ୍କ ଶ୍ରୀମୁଖର ଦର୍ଶନ ପାଇଁ ଆତୁର ହୋଇଥାଏ ପ୍ରତିଟି ଜୀବ ।