Mangala Alati: ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ । ଅନାଥର ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥ । ଭାବ ବିନୋଦିଆ ଠାକୁର କାଳିଆ ସାଆନ୍ତେ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ବିଶ୍ବର ମଙ୍ଗଳ କାମନା ପାଇଁ ପ୍ରତିଦିନ ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ହୋଇଛି । ବଡି ଭୋରରୁ ସେବାୟତମାନେ ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ହରିବୋଲ ହୁଳହୁଳି ଘଣ୍ଟଘଣ୍ଟି ଓ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ଏହି ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ଓ ଅପାର କରୁଣା ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ଭାଗ୍ୟରେ ଥିଲେ ପତିତପାବନଙ୍କ ଆଳତୀ ଦର୍ଶନ ମିଳେ ।
ଇଟିଭି ଭାରତ, ପୁରୀ