Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ରତ୍ନ ସିଂହାସନ ଛାଡି ଜନ୍ମବେଦୀରେ ଶ୍ରୀଜିଉ। ଆଡପ ମଣ୍ଡପରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶୁକ୍ରବାର ଆଡପ ଅବଢା ବାହିରିଥିଲା। ଏହାକୁ ସେବନ ପରେ ଆତ୍ମତୃପ୍ତି ଲାଭ କରିଥିଲେ ଭକ୍ତ। ଆଜି ହେରାପଞ୍ଚମୀ ଥିବାରୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ମା' ଲକ୍ଷ୍ମୀ ସାଆନ୍ତାଣି। ଶ୍ରୀମନ୍ଦିରେ ଜଗା ନଥିବାରୁ ଖାଁ ଖାଁ ବଡଦାଣ୍ଡ। ଏଠାରେ ବଡି ଭୋରୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଦ୍ବାର ଫିଟା ନୀତି ପରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ବାହାରିଥିଲେ କାଳିଆ ଠାକୁର ।