Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - srimandir alati
🎬 Watch Now: Feature Video
ପୁରୀ: ଆହେ କୋଟି ଓଡିଆଙ୍କ କାଳିଆ ଠାକୁର । ଅନାଥର ନାଥ ଜଗନ୍ନାଥ । ଭାବ ଡୋରିରେ ବନ୍ଧା ମୋର କଳା ଠାକୁର । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାପରେ ଘଣ୍ଟି ଧୂପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପ୍ରାପ୍ତି ହୋଇଥାଏ । ଭାଗ୍ୟରେ ଥିଲେ ପତିତପାବନଙ୍କ ଆଳତୀ ଦେଖିବାକୁ ମିଳେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ । କୋଟି ଓଡିଆଙ୍କ ବିଶ୍ବାସ ଭାଜନର ଦେବତା ଜଗତର ନାଥ ଶ୍ରୀଜଗନ୍ନାଥ ।
ଇଟିଭି ଭାରତ, ପୁରୀ