Mangal Alati of Patitapabana: ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପୁରୀ ଶ୍ରୀଜଗନ୍ନାଥ ମନ୍ଦିର
🎬 Watch Now: Feature Video
ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ।
କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । ସକାଳୁ ସକାଳୁ ନୀଳାଚଳିଆ କାଳିଆ ସାଆନ୍ତେଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଆଳତି ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ, ତାଙ୍କର ଅନେକ ନାମ । କିଏ କାଳିଆ ସାନ୍ତେତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାକୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର ।
ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ବଡ ଦେଉଳରେ ପ୍ରତ୍ୟେକ ପର୍ବରେ ବଡ ଠାକୁରଙ୍କ ଭିନ୍ନ ଭିନ୍ନ ନୀତିକାନ୍ତି ହୋଇଥାଏ । ଏଥି ସହ ଭିନ୍ନ ଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାବାହୁ । ସେ ଅପାର କରଣାର ଅଧିକାରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଭଗବାନଙ୍କୁ ଦର୍ଶନ ଭକ୍ତଙ୍କ ଭିଡ ଜମିଥାଏ ।
ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ମହାବାହୁଙ୍କ ସବୁଠାରୁ ବଡ ପର୍ବ ହେଉଛି ଘୋଷ ଯାତ୍ରା । ବର୍ଷକ ଥରୁଟିଏ ଶ୍ରୀମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାବାହୁ । ଏହାପରେ ନିଜ ମାଉଁସିଙ୍କ ଘରକୁ ଯାତ୍ରା କରିଥାନ୍ତି । ଏହାକୁ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ।