ନାବାଳିକା ଛାତ୍ରୀ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଦଣ୍ଡ

By

Published : May 6, 2023, 8:41 PM IST

thumbnail

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଗତ ୨୦୨୧ମସିହାରେ ଏକ ଦୁଷ୍କର୍ମ ଜନିତ ମାମଲାର ରାୟ ଶୁଣାଇଲେ ଢେଙ୍କାନାଳ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଏହି ମାମଲାର ବିଚାର କରି ଅଭିଯୁକ୍ତ କାମାକ୍ଷାନଗର ଥାନା ମାଣିତ୍ରୀ ଗ୍ରାମର ନିର୍ମଳ ମହାରଣାଙ୍କୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଅନାଦେୟ ଅତିରିକ୍ତ ୩ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଢେଙ୍କାନାଳ ଫାଷ୍ଟଟ୍ରାକ ସ୍ବତନ୍ତ୍ର ପକ୍ସୋ ଅଦାଲତ । ଗତ ୨୦୨୧ ମସିହାରେ ଅଭିଯୁକ୍ତ ନିର୍ମଳ ଜଣେ ନାବାଳିକା ଛାତ୍ରୀକୁ ବିବାହ ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏ ସଂକ୍ରାନ୍ତରେ ନାବାଳିକାର ବାପା କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ବିଚାର କରି ଅଭିଯୁକ୍ତ ନିର୍ମଳ ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ନିର୍ମଳକୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା କରାଯାଇଥିବା ପ୍ରକାଶ କରିଛନ୍ତି ଏହି କୋର୍ଟର ସ୍ବତନ୍ତ୍ର ପିପି ।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.