thumbnail

By

Published : Aug 4, 2023, 7:28 PM IST

ETV Bharat / Videos

ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ, ନଦୀରେ ବୁଡ଼ି ଚାଲିଗଲା ଜୀବନ

ବାଲେଶ୍ଵର: ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଆସିଥିଲେ, ନଦୀରେ ବୁଡ଼ି ଚାଲିଗଲା ଜୀବନ । ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ସିମୁଳିଆ ବ୍ଲକ ସୋମନାଥପୁର ଗ୍ରାମରେ ଏକ ଶୁଦ୍ଧିକ୍ରିୟା ପାଇଁ ସମସ୍ତେ ନିକଟରେ ଥିବା କାଞ୍ଚନ ନଦୀକୁ ଯାଇଥିଲେ । ସେଠାରେ କ୍ରିୟାକର୍ମ ସରିବା ପରେ ପ୍ରଥା ଅନୁସାରେ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ ତପନ ସ୍ୱାଇଁ ଓ ଆଲୋକ ସ୍ବାଇଁଙ୍କ ଗୋଡ଼ ଖସି ଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ। ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ଲାଗି ପାଖରେ ଥିବା ମାନସ ରଞ୍ଜନ ସ୍ୱାଇଁ ନଦୀ ଭିତରକୁ ପଶି ଯାଇଥିଲେ । ମାତ୍ର ସେମାନଙ୍କୁ ବଞ୍ଚାଇବାକୁ ଯାଇ ସେ ନିଜେ ମଧ୍ୟ ନଦୀରେ ବୁଡିଯାଇଥିଲେ । ଦୁଇଦିନ ଲଗାଣ ବର୍ଷା ଯୋଗୁଁ ଏବେ ନଦୀ ଜଳର ସ୍ରୋତ ପ୍ରଖର ଥିବାରୁ ତିନି ଜଣ ପାଣିରେ ଭାସି ଯାଇଥିଲେ । ଖବର ପାଇ ଅଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବହୁ ସମୟ ଖୋଜାଖୋଜି ପରେ ତିନିଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ମାତ୍ର ମାନସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଗୁରୁତର ଯୁବକଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 
 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.