ଧାନବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - ଧାନବିଲରେ ଯୁବକ ମୃତଦେହ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 27, 2023, 9:53 PM IST
Dead Body Found From Land in Balasore ବାଲେଶ୍ବର: ଧାନ ବିଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ହତ୍ୟା କରି ଧାନ ବିଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ । ଗତକାଲି ରାତିରୁ ଯୁବକ ଜଣକ ନିଖୋଜ ଥିଲେ । ଖୋଜାଖୋଜି ପରେ ଆଜି ସକାଳୁ ମିଳିଲା ଯୁବକଙ୍କ ମୃତଦେହ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ।
ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ କଣ୍ଠାଳିଆ ଗ୍ରାମର ଯୁବକ ଶମ୍ଭୁନାଥ ପଢିଆରୀ ଗତକାଲି ଧାନ ଚାଷ କାର୍ଯ୍ୟ କରି ସନ୍ଧ୍ୟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ । ଶମ୍ଭୁ ରାତିରେ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶମ୍ଭୁ ଘରକୁ ନଫେରିବାରୁ ପରିବାର ଲୋକ ଶମ୍ବୁଙ୍କୁ ଖୋଜାଖୋଜି କରି ସକାଳେ ଧାନ ବିଲ ଆଡ଼କୁ ଯାଇ ସେଠାରେ ଶମ୍ଭୁଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତଦେହର ବିଭିନ୍ନ ଜାଗାରେ କ୍ଷତାକ୍ତ ଓ ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ କମର୍ଦ୍ଦା ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ଲୋକେ ଶମ୍ଭୁଙ୍କୁ ହତ୍ୟା କରାଯାଇ ଫୋପାଡି ଦିଆଯାଇଥିବା ନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହାପଛରେ ଅନ୍ୟ କିଛି କାରଣ ଅଛି ତାହା ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।
ଏହା ମଧ୍ୟ ପଢ଼ନ୍ତୁ....ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ଧରି ଫେରାର ଥିଲା ଜ୍ବାଇଁ, ବ୍ରହ୍ମପୁରରୁ ବାନ୍ଧିଲା ପୋଲିସ
ଇଟିଭି ଭାରତ, ବାଲେଶ୍ବର