Man Kills Wife: ସ୍ତ୍ରୀକୁ ହାଣି ଅଖାରେ ପୁରାଇ ସ୍ବାମୀ ଫେରାର
🎬 Watch Now: Feature Video
ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ବାମୀ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଥାନା ଅନ୍ତର୍ଗତ ପାଳସିଆ ଗାଁରେ । ମୃତ ମହିଳା ଜଣକ ହେଲେ ସାଧବ ଦାସଙ୍କ ସ୍ତ୍ରୀ ମାମା ଦାସ । ମହିଳାଙ୍କୁ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶ୍ବଶୁର ଘର ଲୋକେ ଟ୍ରେନଲାଇନରେ ଫିଙ୍ଗିବାକୁ ନେଉଥିବା ଜଣାପଡ଼ିଛି ।
ମୃତଦେହକୁ ଅଖାରେ ଭର୍ତ୍ତି କରି ଫୋପାଡିବାକୁ ନେଉଥିବା ବେଳେ ମୃତ ମହିଳାଙ୍କ ବାପଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲେ ବେଳକୁ ଅଖା ବସ୍ତାରେ ଭର୍ତ୍ତି ମୃତଦେହକୁ ପକାଇ ଦେଇ ଶାଶୂ ଘର ଲୋକେ ଫେରାର ହୋଇଯାଇଥିଲେ । ସୂଚନା ଅନୁସାରେ ମୃତ ମହିଳାଙ୍କ ୧୦ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ଅଧିକାଂଶ ଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ବିଭିନ୍ନ ସମୟରେ ଶାଶୂଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ବାପ ଘର ଲୋକେ ଅଭିଯୋଗ କରିଆସୁଥିଲେ । ତେବେ ଗତକାଲି କୌଣସି କଥାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଏହା ବି ପଢନ୍ତୁ- ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ହାଇୱେ ଲୁଟେରା: 5 ଗିରଫ
ଏହାପରେ ଉତକ୍ଷିପ୍ତ ହୋଇ ସ୍ବାମୀ ପ୍ରଦୀପ ମାମାଙ୍କୁ ଏକ କଟୁରୀରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ମହିଳାଙ୍କ ମୃତ୍ୟୁ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଅଖାରେ ଭର୍ତ୍ତି କରି ଟ୍ରେନ ଲାଇନକୁ ଫୋପାଡିବାକୁ ନେବା ସମୟରେ ବାପଘର ଲୋକେ ପହଞ୍ଚିବାରୁ ସ୍ବାମୀ, ଶ୍ବଶୁରଙ୍କ ସମେତ ଘର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ବାପଘର ଲୋକେ ବସ୍ତା ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତ ମହିଳାଙ୍କ ଶାଶୁ ଏବଂ ଦିଅରଙ୍କୁ ଥାନାରେ ଅଟକ ରଖିବା ସହ ବିଖଣ୍ଡିତ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ମୃତ ମହିଳାଙ୍କ ଜଣେ ୬ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଥିବା ଜଣାପଡ଼ିଛି ।
ଇଟିଭି ଭାରତ, ବାଲେଶ୍ବର