thumbnail

By ETV Bharat Odisha Team

Published : Jan 15, 2024, 2:30 PM IST

ETV Bharat / Videos

ମକର ସଂକ୍ରାନ୍ତିରେ ସୁବର୍ଣ୍ଣମେରୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

Makara Sankranti celebration ସୁବର୍ଣ୍ଣପୁର: ଆଜି ପବିତ୍ର ମକର ସଂକ୍ରାନ୍ତି । ମନ୍ଦିର ମାଳିନୀ ଐତିହାସିକ ସୁବର୍ଣ୍ଣପୁର ସହରର ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ମକର ଉତ୍ସବ ପାଳନ କରାଯାଉଛି । କୋଭିଡର ତୃତୀୟ ଲହରକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ମନ୍ଦିର ସବୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ କରିଛି । ତେବେ ପାରମ୍ପରିକ ରୀତିନୀତିରେ ଦେବ ଦେବୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ଆଜି ବାବା ସୁବର୍ଣ୍ଣମେରୁଙ୍କ ସମେତ ଅଷ୍ଟ ଶମ୍ଭୁଙ୍କ ମନ୍ଦିରରେ ମକର ଭୋଗ ପ୍ରଦାନ କରାଯାଇଛି । ସହରବାସୀ ତ୍ରୀବେଣୀ ସଂଗମରେ ସ୍ନାନ କରି ଶୈବପୀଠଗୁଡିକର ମନ୍ଦିର ପାଚେରୀ ବାହାରେ ରହି ଇଶ୍ବରଙ୍କୁ ସ୍ମରଣ କରିବା ସହିତ ମକର ଭୋଗ ଗ୍ରହଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ହଟକେଶ୍ବରରେ ମକର ମେଳା ଆରମ୍ଭ, ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜନ୍ତି ମହିଳା

ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ମନ୍ଦିରଗୁଡିକର ସେବାୟତମାନେ ପରମ୍ପରା କ୍ରମେ ପାହାନ୍ତିଆରୁ ମକର ସଂକ୍ରାନ୍ତିର ନୀତିକାନ୍ତି ପାଳନ କରିଛନ୍ତି । ତେବେ ଏହି ଦିନ ସୁବର୍ଣ୍ଣପୁର ସହର ମକର ସଂକ୍ରାନ୍ତି ପାଇଁ ବେଶ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଏଥର କିନ୍ତୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଦେବାଦେବୀଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ତେବେ ବିଧିରକ୍ଷା ପାଇଁ ମନ୍ଦିରଗୁଡିକରେ ମକର ଉତ୍ସବ ପାଳନ କରାଯିବା ସହିତ ଧୂପ ,ଦୀପ ଓ ନୈବେଦ୍ୟ ପ୍ରଦାନ କରାଯାଇଛି । ମନ୍ଦିର ଫାଟକ ଗୁଡିକ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁମାନେ ବି ମକର ସଂକ୍ରାନ୍ତି ଉତ୍ସବରେ ସାମିଲ ହୋଇ ପାରି ନ ଥିବାରୁ ନିରାଶ ହୋଇଛନ୍ତି । 

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.