ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ମକର ସଂକ୍ରାନ୍ତି ପାଳିତ - makar mela

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 15, 2024, 3:55 PM IST

Makar Sankranti: ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ପାଳନ କରାଯାଇଛି । ଜିଲ୍ଲାର ବିଭିନ୍ନ ଦେବଦେବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଆଜି ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ମକର ଚୌରାଶି ବେଶ ଦର୍ଶନ ସହିତ ପହିଲି ଭୋଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।ଏହି ଅବସରରେ ଜିଲ୍ଲା ସଦରମହକୁମା ଠାରେ ଥିବା ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ ସ୍ବତନ୍ତ୍ର ମହାନଦୀ ଆଳତୀର ଆୟୋଜନ କରାଯାଇଥିଲା । ସେହିପରି  ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧା ବିଗ୍ରହଙ୍କୁ ମକର ଚୌରାଶି ବେଶ ସୁସଜ୍ଜିତ କରାଯାଇଛି । ଏହାକୁ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମଳିଥିଲା  । 

ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପହିଲି ଭୋଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ୧୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ସହିତ ପାରମ୍ପରିକ ଶୈଳୀରେ ଏହାର ପ୍ରସ୍ତୁତି କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦ ପ୍ରକାଶ କରିଥିଲେ । ମକର ସଂକ୍ରାନ୍ତି ଅବସରରେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ନିମନ୍ତେ ସ୍ଥାନୀୟ ରଘୁନାଥ ମନ୍ଦିର ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ତଥା ପ୍ରାକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 


ଏହା ମଧ୍ୟ ପଢନ୍ତୁ ...ଆଜି ପବିତ୍ର ମକର ସଂକ୍ରାନ୍ତି, ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.