ମହାପ୍ରଭୁଙ୍କୁ ଦର୍ଶନ କଲେ ମହନଦୀ ଟ୍ରିବ୍ୟୁନାଲ ଟିମ - ମହନଦୀ ଟ୍ରିବ୍ୟୁନାଲ ଟିମ

🎬 Watch Now: Feature Video

thumbnail

By

Published : May 25, 2023, 5:11 PM IST

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଦୁଇ ଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର। ଗତକାଲି ପୁରୀରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ଅବସ୍ଥାନ କରିଥିଲେ । ଆଜି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସପତ୍ନୀକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି ।

ଶ୍ରୀମନ୍ଦିରରେ ପ୍ରଥମେ ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରରେ ବାନାବାନ୍ଧିବା ଲାଗି କାର୍ଯ୍ୟାଳୟରେ ରସିଦ କାଟିଥିଲେ। ମାଆ ବିମଳା ଓ ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ଶେଷରେ ମୁକ୍ତିମଣ୍ଡପ ଓ କୋଇଲିବୈକୁଣ୍ଠ ପରିଦର୍ଶନ କରିବା ପରେ ହୋଟେଲକୁ ଫେରିଥିଲେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ।  ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପାଟ ପ୍ରଦାନ କରିବା ସହ ସ୍ବାଗତ କରାଯାଇଥିଲା । 

ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ, ଅତିରିକ୍ତ ଏସପି ମିହୀର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ଆଜି ମହାନଦୀ ଟ୍ରିବ୍ୟୁନାଲର ପ୍ରାୟ ୩୨ଜଣିଆ ଦଳ ମଧ୍ୟରୁ ଅନେକ ସଦସ୍ୟ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.