thumbnail

ତୂଳୀରେ ବିବଶ ମହାନଦୀ, ସ୍ୱର ଉଠାଇଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

By

Published : May 26, 2023, 8:03 PM IST

କଟକ: ତୂଳୀରେ ବିବଶ ମହାନଦୀ । ଅର୍ଥାତ ତୁଳୀରେ ମହାନଦୀର କରୁଣ ଚିତ୍ରକୁ ଦର୍ଶାଇଛନ୍ତି କଳାକାର। ମହାନଦୀର ସ୍ଥିତି ସମୀକ୍ଷା କରିବା ପାଇଁ ଟ୍ରିବୁନାଲର ଟିମ୍‌ ଆଜି କଟକ ଗସ୍ତ କରିଛନ୍ତି । ଏହି ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କଟକ ଗଡ଼ଗଡ଼ିଆ ମନ୍ଦିର ପ୍ରାଙ୍ଗଣରେ ଚିତ୍ରଶିଳ୍ପୀମାନଙ୍କୁ ନେଇ ମହାନଦୀର ବିଭିନ୍ନ ଚିତ୍ର ପଦର୍ଶିତ କରାଯାଇଥିଲା । ମହାନଦୀ ଆମ ମା‘ ତାର ସୁରକ୍ଷା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ । କଟକ ଚିତ୍ର କଳାକାର ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ "ତୂଳୀରେ ବିବଶ ମହାନଦୀ " ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଥିଲା ।  ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ ତୂଳୀରେ ଚିତ୍ର ଅଙ୍କନ କରିଥିଲେ । ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ ଯୋଗଦେଇ ବର୍ତ୍ତମାନ ମହାନଦୀର ସାମ୍ପ୍ରତିକ ଦୁଃସ୍ଥିତିର ନିଚ୍ଛକ ଚିତ୍ରମାନ ଆଙ୍କିଥିଲେ । କଟକ ମହାନଗର ନିଗମର ମେୟର ସୁବାସ ସିଂ ଓ ବିଧାୟକ ମହମ୍ମଦ ମୋକିମ୍ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ଇଟଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.