ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଯାଜପୁରରେ ଜମୁଛି ପୂଜା ଆସର - ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା
🎬 Watch Now: Feature Video


Published : Oct 22, 2023, 2:35 PM IST
ଯାଜପୁର: ମହାମାୟାଙ୍କ ଧରାବତରଣକୁ ନେଇ ଉତ୍ସବମୁଖର ଯାଜପୁର ଜିଲ୍ଲା । ଯାଜପୁରର 10ଟି ବ୍ଲକରେ ଶହେରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଚାଲିଛି ଜଗତଜନନୀ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା । ଏହି ଅବସରରେ ବ୍ୟାସନଗର ପୌର ପରିଷଦର 7ଟି ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ହୋଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ରୀତିନୀତି ଅନୁଯାୟୀ ପ୍ରତ୍ୟେକ ପୂଜା ମଣ୍ଡପରେ ମାଆଙ୍କ ଅଷ୍ଟମୀ ପୂଜା ଆରମ୍ଭ ହେଇଛି । ବିଶେଷ ଭାବରେ ବ୍ୟାସନଗର ପୌର ପରିଷଦର ମୁଣ୍ଡମାଳ, ଚୋରଦା, ବସ୍ଷ୍ଟାଣ୍ଡ୍, ରାଇସ୍ ମିଲ୍ ଓ ନହକା ପୂଜା ମଣ୍ଡପରେ ଅତି ଧୂମଧାମର ସହିତ ମାଆ ଦୁର୍ଗା ପୂଜା ପାଉଛନ୍ତି ।
ପୂଜା ମଣ୍ଡପରେ ଅଷ୍ଟମୀ ପୂଜା ଥିବାରୁ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ସେପଟେ ଆଜି ଯାଜପୁର ଜିଲ୍ଲାର ଯାଜପୁର ଟାଉନ, ବିଂଝାରପୁର,ଧର୍ମଶାଳା, ସୁକିନ୍ଦା, କୋରେଇ, ବରୀ, ବଡ଼ଚଣା ଆଦି 10ଟି ସ୍ଥାନରେ ମା ଦୁର୍ଗାଙ୍କ ପୂଜା ପାଉଛନ୍ତି । ସେପଟେ ମହାମାୟା ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା ରୀତିନୀତିକୁ ନେଇ ଅଧିକ ଆଲୋଚନା କରିଛନ୍ତି ଯାଜପୁରରୁ ଆମ ପ୍ରତିନିଧି ଜ୍ଞାନ ରଞ୍ଜନ ଓଝା ।
ଇଟିଭି ଭାରତ, ଯାଜପୁର