ଆଜି ମହାମାୟାଙ୍କ ମହାଷ୍ଟମୀ: ସନ୍ଧି ପୂଜାର ବିଶେଷତ୍ୱ କଣ ? କାହିଁକି ମାଙ୍କ ପାଖରେ କୁଷ୍ମାଣ୍ଡ ବଳି ପକାଯାଏ ? - ମହାମାୟାଙ୍କ ମହାଷ୍ଟମୀ ପୂଜା
🎬 Watch Now: Feature Video


Published : Oct 22, 2023, 1:00 PM IST
କଟକ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ସିଲଭର ସିଟି କଟକ । ବାଉନ ବଜାର ତେପନ ଗଳିରେ ଭଳି କି ଭଳି ବେଶରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ ମାଆ ଦୁର୍ଗା । ଆଜି ମହମାୟାଙ୍କ ମହାଷ୍ଟମୀ । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ପୂଜାମଣ୍ଡପ । ଆଜି ବ୍ରତଧାରୀ ମାନେ ଅଷ୍ଟମୀ ବ୍ରତ କରିବାର ପରମ୍ପରା ରହିଛି ।
ଏହାମଧ୍ୟ ଦେଖନ୍ତୁ..ମାଆଙ୍କ ଆଗମନରେ ଚଳଚଞ୍ଚଳ ଖୋର୍ଦ୍ଧା
ସେଥିପାଇଁ ଆଜି ସମସ୍ତ ମଣ୍ଡପ ଆଗରେ ବ୍ରତଧାରୀଙ୍କ ଭିଡ଼ ଜମିଛି । ଅଷ୍ଟମୀ ଦିନ ସନ୍ଧି ପୂଜାର ମଧ୍ୟ ପରମ୍ପରା ରହିଛି।କୁଷ୍ମାଣ୍ଡ ବଳିର ବି ପ୍ରଥା ରହିଛି । ତେବେ କାହିଁକି ମା'ଙ୍କ ପାଖରେ କୁଷ୍ମାଣ୍ଡ ବଳି ପକାଯାଏ ? ସନ୍ଧି ପୂଜା ସମୟରେ କାହିଁକି ପରଦା ପକାଯାଏ ? ବ୍ରତଧାରୀମାନେ କାହିଁକି ଅଷ୍ଟମୀରେ କେବଳ ବ୍ରତ କରିଥାଆନ୍ତି ? ଏହି ତମାମ ପ୍ରସଙ୍ଗରେ ପୂଜକଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...
ଇଟିଭି ଭାରତ, କଟକ