ତ୍ରିବେଣୀ ସଙ୍ଗମରେ ମହାଆଳତୀ, ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଶପଥ - ସୁବର୍ଣ୍ଣପୁର ରାମେଶ୍ବର ମନ୍ଦିର ତ୍ରୀବେଣୀ ସଙ୍ଗମ
🎬 Watch Now: Feature Video
Published : Nov 28, 2023, 11:39 AM IST
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ରାମେଶ୍ବର ମନ୍ଦିର ପାର୍ଶ୍ବ ତ୍ରିବେଣୀ ସଙ୍ଗମରେ ସୋମବାର ସନ୍ଧ୍ୟାରେ ମହାଆଳତୀ ସମାରୋହ ଆୟୋଜିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ସନ୍ଧ୍ୟା ଆଳତୀ ଦର୍ଶନ କରିବା ସହିତ ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବାର ଶପଥ ନେଇଛନ୍ତି । ତ୍ରିବେଣୀ ସଙ୍ଗମ ଆଳତୀ କମିଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମହାଆଳତୀର ଆୟୋଜନ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ... ରାହାସ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶୂନ୍ୟ ମଣ୍ଡପ, ପାଦୁକା ନେଲେ ଭଲ ହୁଏ ରୋଗ !
ମହାନଦୀକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ସୁବର୍ଣ୍ଣପୁର ଜିଲ୍ଲା ତ୍ରିବେଣୀ ସଙ୍ଗମ ଆଳତୀ କମିଟି ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ କରାଯାଇଛି । ଶୈବପୀଠ ବାବା ରାମେଶ୍ବର ମନ୍ଦିର ପାର୍ଶ୍ବରେ ପ୍ରବାହିତ ଚିରସ୍ରୋତା ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରେ ଜଳଦେବଙ୍କୁ ପୂଜା ଆରାଧନା କରିବା ସହିତ ଜନସାଧାରଣଙ୍କ ଭିତରେ ସ୍ବଚ୍ଛ ମହାନଦୀକୁ ନେଇ ସଚେତନତା ସୃଷ୍ଟି କରାଯାଇଛି । ଗତ ଦଶ ବର୍ଷ ହେଲା ଏହି କମିଟି ତ୍ରିବେଣି ସଙ୍ଗମରେ ମହାଆଳତୀ କରାଯାଇଛି । ତେବେ ଏହି ମହାଆଳତୀ ଦେଖିବା ପାଇଁ ଆଖପାଖ ଜିଲ୍ଲାରୁ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକେ ଏଥିରେ ସାମିଲ ହୋଇଥିଲେ ।
ଏହି ସମାରୋହରେ ଅତିଥି ଭାବରେ ସମ୍ବଲପୁରରୁ ଜାତୀୟ ସିନେ ନିର୍ଦ୍ଦେଶକ ମନୋଜ ମିଶ୍ର, ଗବେଷକ ସପନ ମିଶ୍ର, ଚଣ୍ତି ସାଧକ ସଚ୍ଚିଦାନନ୍ଦ ମିଶ୍ର ଓ ଜ୍ୟୋତିର୍ବିଦ ପଣ୍ତିତ ସଦାନନ୍ଦ ମିଶ୍ରଙ୍କ ସହିତ ସୋନପୁର ଉପଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର