କଟକରେ ପହଞ୍ଚିଲେ ମଧ୍ୟ ପ୍ରଦେଶର ସାଇକେଲ ଆରୋହୀ ମେହୁଲ ଭାରତ ଯାତ୍ରୀ, ବୁଲିଲେଣି 8 ରାଜ୍ୟ - କଟକରେ ସାଇକେଲ ଆରୋହୀ
🎬 Watch Now: Feature Video
କଟକ: କଟକରେ ପହଁଚିଲେ ସାଇକେଲ ଆରୋହୀ ମେହୁଲ । 8 ରାଜ୍ୟ ଭ୍ରମଣ କରିବା ପରେ ଓଡିଶାରେ ପହଁଚିଲେ ମଧ୍ୟ ପ୍ରଦେଶର ସାଇକେଲ ଆରୋହୀ । 2021 ଯୋଗ ଦିବସ ରୁ ସାରା ଭାରତ ଭ୍ରମଣ କରିବା ଲକ୍ଷ୍ୟରେ ବାହାରିଥିବା ମେହୁଲଙ୍କ ସାଇକେଲ ଯାତ୍ରା 577 ଦିନରେ ପହଁଚିଛି। ଏଯାବତ ସେ 32000 କିମି ଅତିକ୍ରମ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଗୋଆ, ରାଜସ୍ଥାନ ଇତ୍ୟାଦି ରାଜ୍ୟ ବୁଲି ସାରିଛନ୍ତି ମେହୁଲ ।
ତେବେ 1 ଲକ୍ଷ କିଲୋମିଟର ବୁଲି ସମ୍ପୂର୍ଣ୍ଣ ଭାରତ ଭ୍ରମଣ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ସେ । ଏହି ଭ୍ରମଣ ର ମୁଖ୍ୟ ଲକ୍ଷ୍ୟ ହେଉଛି ସବୁ ସ୍କୁଲ ରେ ପ୍ରକୃତି, ସଂସ୍କୃତି , ସ୍ୱାସ୍ଥ୍ୟ ଓ ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ ବାଣ୍ଟିବା। ତେବେ କଟକରେ ପହଞ୍ଚିବା ପରେ ସବୁ ସ୍କୁଲରେ ମେହୁଲ ଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏନେଇ ମେହୁଲ ଙ୍କ କହିବାନୁସାରେ , ଯାତ୍ରା କରିବା ସମୟରେ ଅନେକ ଅସୁବିଧା ର ମଧ୍ୟ ସମୁଖୀନ ହେଇଛନ୍ତି ସେ । ଗୋଆ ଯାତ୍ରା ସମୟରେ ସାଇକେଲ ଚୋରି , ମହାରାଷ୍ଟ୍ର ରେ ଟ୍ରକ ଦୁର୍ଘଟଣା ରୁ ବଞ୍ଚିବା, ଅନେକ ରାଜ୍ୟରେ ମତେ ଅଣଦେଖା ମଧ୍ୟ କରାଯାଉଛି । ଯାହାକୁ ନେଇ ମୋ ମଧ୍ୟରେ ମନୋବଳ ମଧ୍ୟ ଦୁର୍ବଳ ହୋଇନି । ମୋର ଲକ୍ଷ୍ୟ ମୁଁ ନିଶ୍ଚୟ ଏହି ଭ୍ରମଣ ପୁରା କରିବି ବୋଲି କହିଛନ୍ତି ସେ ।
ଆଜି କଟକରେ ପହଞ୍ଚିବା ଥିବା ବେଳେ ସେ ପୁରୀ ଜଗନ୍ନାଥ ମନ୍ଦିର ଯିବେ । ଏହା ପରେ ଜମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ ,ଉତ୍ତରାଖଣ୍ଡ ଯାତ୍ରା କରି ପରିବର୍ତ୍ତୀ ସମୟରେ ଦକ୍ଷିଣ ଭାରତ ସେଇକେଲ ଭ୍ରମଣ କରିବେ । ଅନେକ ଘଡି ସନ୍ଧି ମୁହୂର୍ତ୍ତରେ ଏହି ଜୀବନ କଟୁଥିବା ବେଳେ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦେଶ ର ସମସ୍ତ ଦିଗ କୁ ସୁଚାର ରୂପେ ପହଞ୍ଚାଇବା ହେଉଛି ମୋର କର୍ତ୍ତବ୍ୟ ବୋଲି କହିଛନ୍ତି । ତେବେ ଏହି ସାଇକେଲ ରେ 3 ଟି ବ୍ୟାଗ ରେ ସମସ୍ତ ନିତ୍ୟ ବ୍ୟବହାର ସାମଗ୍ରୀ ରହିଥିବା ବେଳେ ଆଗମୀ ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାରତ ଭ୍ରମଣ କରିବା ଉଦ୍ଦେଶ୍ୟ ରହିଥିବା କହିଛନ୍ତି ସାଇକେଲ ଆରୋହୀ ମେହୁଲ ।
ଇଟିଭି ଭାରତ, କଟକ