ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମହାକାଳ ଦର୍ଶନ, ଶପଥ ପରେ ଜନ୍ମମାଟି ଉଜ୍ଜୈନ ଗସ୍ତ

By ETV Bharat Odisha Team

Published : Dec 13, 2023, 6:36 PM IST

thumbnail

ଉଜ୍ଜୈନ (ମଧ୍ଯପ୍ରଦେଶ): ମଧ୍ଯପ୍ରଦେଶରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶାସନ। ମୋହନ ଯାଦବ ଆଜି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ସମାରୋହ ପରେ ଉଜ୍ଜୈନ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଉଜ୍ଜୈନରେ ମହାପ୍ରଭୁ ମହାକାଳଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଭଗବାନ ମହାକାଳଙ୍କ ନିକଟରେ ପୂଜା ପାଠ କରିଛନ୍ତି । 58 ବର୍ଷୀୟ ମୋହନ ଯାଦବଙ୍କ ଜନ୍ମମାଟି ଉଜ୍ଜୈନ। ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା । ମୋହନ ଯାଦବ ଉଜ୍ଜୈନ ବିଧାନସଭା ଆସନରୁ ତିନିଥର ବିଧାୟକ ନିର୍ବାଚିତ ହୋଇଛନ୍ତି । 2013, 2018 ଏବଂ 2023 ନିର୍ବାଚନ ଜିତି ହ୍ୟାଟ୍ରିକ କରିଛନ୍ତି । ସଂଘ ପରିବାର ସହ ଯୋଡ଼ି ରହି ଆସିଥିବା ମୋହନଙ୍କ ଉପରେ ଆସ୍ଥା ପ୍ରକଟ କରି, ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବିଜେପି ।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.