Watch: ନୋଟରେ ସଜ୍ଜିତ ହେଲେ ବିଘ୍ନରାଜ, ମୂର୍ତ୍ତିରେ ଲାଗିଛି ୨୦, ୫୦,୧୦୦, ୨୦୦ ଟଙ୍କିଆ ନୋଟ୍ - ନିଆରା ଢାଞ୍ଚାର ଗଣେଷ ପ୍ରତିମୂର୍ତ୍ତି କଟକ
🎬 Watch Now: Feature Video
Published : Sep 22, 2023, 4:01 PM IST
କଟକ: ରାଜ୍ୟରେ ବହୁ ଆଡମ୍ବର ସହ ପାଳିତ ହୋଇଛି ଅଗ୍ରପୂଜ୍ୟ ଗଣେଷଙ୍କ ପୂଜା । ଅନେକ ସ୍ଥାନରେ ବିଭିନ୍ନ ନିଆରା ଢଙ୍ଗରେ ପୂଜା ଆୟୋଜନ କରାଯାଇଛି । କଟକ ସହରରେ ମଧ୍ୟ ବେଶ୍ ଧୁମଧାମ୍ରେ ପାଳିତ ହୋଇଯାଇଛି । ଏହି କ୍ରମରେ କଟକର ତୁଳସୀପୁର ମଠସାହିରେ ଦେଖିବାକୁ ମିଳିଛି ଏକ ନିଆରା ଢାଞ୍ଚାର ପ୍ରତିମୂର୍ତ୍ତି । କ୍ଳବର ସଦସ୍ୟମାନେ ମିଶି ୨୦ ଟଙ୍କା, ୫୦ ଟଙ୍କା , ୧୦୦ ଟଙ୍କା ଓ ୨୦୦ ଟଙ୍କା ନୋଟରେ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଅତିସୁନ୍ଦର ଭାବେ ସାଜସଜା କରିଥିବା ଦେଖିବାକୁ ମିଳିଛି । ଏଥିରେ ପାଖାପାଖି ୭୦ ହଜାର ଟଙ୍କାର ନୂଆ ନୋଟ ବ୍ୟବହାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଡାକ୍ତରାଣୀଙ୍କ ନିଆରା ପ୍ରୟାସ, କୋଭିଡ୍ ଦୂର କରିବେ ଡ୍ରାଏ ଫ୍ରୁଟ୍ସ ଗଜାନନ
ପ୍ରତ୍ୟେକ ବର୍ଷ କିଛି ଭିନ୍ନ ଢ଼ଙ୍ଗରେ ଗଣେଶ ପୂଜା ଆୟୋଜନ କରି ଚର୍ଚ୍ଚାରେ ଥିବା ବିଟିଶି କ୍ଲବ୍ ଚଳିତ ବର୍ଷ ମଧ୍ୟ ଟଙ୍କାର ଗଣେଶ ନିର୍ମାଣ ପାଇଁ ଚର୍ଚ୍ଚାରେ ରହିଛି । ସଂନ୍ଧ୍ୟାରେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ବେଶ୍ ଭିଡ ଜମୁଛି । ଏହାରି ଭିତରେ ସହରରେ ଅନ୍ୟ କିଛି କ୍ଲବ୍ ପକ୍ଷରୁ ନିଆରା ଢଙ୍ଗରେ ପୂଜା କରାଯାଇଛି । ଏନେଇ ଚାରି ଆଡ଼େ ଉତ୍ସବର ମାହୋଲ । ଭିନ୍ନଭିନ୍ନ ତୋରଣ ସାଙ୍ଗକୁ ରଙ୍ଗୀନ ସାଜସଜାରେ ସଜେଇ ହୋଇଛି ସିଲଭର ସିଟି କଟକ । ହେଲେ ଏହାରି ଭିତରେ ଅନ୍ୟ ଏକ ତୋରଣର ଦୃଶ୍ୟ ସମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଆଧାର କାର୍ଡରେ ଗଣେଶଙ୍କ ବାୟୋ ଡାଟା ଲେଖାଥିବା ତୋରଣ ଦେଖିବାକୁ ମିଳିଥିଲା । ଏଥିରେ ଗଣେଶଙ୍କ ବାପା ମା' ଘର, ଜନ୍ମ ତାରିଖ ସବୁ ରହିଛି ସୂଚନା ରହିଛି । ଏହା ସହ ଏଥିରେ ଏକ ବାରକୋର୍ଡ ମଧ୍ୟ ରହିଛି । ଏହାକୁ ଦେଖିବା ପଇଁ ଲୋକଙ୍କ ମଧ୍ୟରେ ଖୁବ ଆଗ୍ରହ ପ୍ରକାଶ ପାଇଛି ।
ଇଟିଭି ଭାରତ, କଟକ