Special gift for G20 guest: ବିଦେଶୀ ଅତିଥିଙ୍କ ଲାଗି ସ୍ବତନ୍ତ୍ର ଉପହାର, ବୁନ୍ଦେଲଖଣ୍ଡରୁ ଆସିଲା ପିତ୍ତଳ ପଦ୍ମ - ବିଶ୍ବର ମହାଶକ୍ତିଙ୍କ ମହାସମ୍ମିଳନୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 9, 2023, 3:37 PM IST

ଲକ୍ଷ୍ନୌ: ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ବିଶ୍ବର ମହାଶକ୍ତିଙ୍କ ମହାସମ୍ମିଳନୀ । ଏହି ଜି-୨୦ ଶିଖର ସମ୍ମିଳନୀରେ ମୋଟ ୩୨ଟି ଦେଶ ଅଂଶଗ୍ରହଣ କରିଛନ୍ତି । ଏଥିଲାଗି ଦିଲ୍ଲୀରେ ପହଞ୍ଚିଛନ୍ତି ବିଶ୍ବନେତା । ଏହି ଅବସରରେ ବିଦେଶୀ ଅତିଥିଙ୍କୁ ପ୍ରଦାନ କରାଯାଇଛି ଉତ୍ତରପ୍ରଦେଶ ମହୋବା ଜିଲ୍ଲାର କୁଲପହାଡ଼ କାରିଗର ମନମୋହନ ସୋନିଙ୍କ ଦ୍ବାରା ନିର୍ମିତ ଆକର୍ଷଣୀୟ ପିତ୍ତଳ ପଦ୍ମ । ଜି-୨୦ ସମ୍ମିଳନୀ ଲାଗି ମନମୋହନ ପ୍ରାୟ ୫୦ଟି ମୂର୍ତ୍ତି ତିଆରି କରିଛନ୍ତି । ମନମୋହନ ଦ୍ବାରା ନିର୍ମିତ ଏହି ପିତ୍ତଳ ପଦ୍ମ ଫୁଲକୁ ୨୦୧୬ ମସିହାରେ ମହୋବାରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ମୃତି ଚିହ୍ନ ଭାବେ ପ୍ରଦାନ କରାଯାଇଥିଲା । ଏହି ମୂର୍ତ୍ତିର ଉଚ୍ଚତା ୫ ଇଞ୍ଚ ଥିବା ବେଳେ ଏଥିରେ ୧୬ଟି ପାଖୁଡା ରହିଛି । ଏହାକୁ ବିଦେଶୀ ଅତିଥିଙ୍କୁ ପ୍ରଦାନ କରାଯିବ । ଯାହାକି ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ମନମୋହନ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.