ମହଙ୍ଗା ହେଲା ମହାପ୍ରଭୁଙ୍କ ନୀଳଚକ୍ର ବାନା, ୧୧ ବର୍ଷ ପରେ ବଦଳିଲା ଦର

By

Published : Apr 1, 2023, 8:29 PM IST

Updated : Apr 1, 2023, 8:38 PM IST

thumbnail

ପୁରୀ: ମହାପ୍ରଭୁଙ୍କ ନୀଳଚକ୍ର ବାନା ତଥା ପତିତପାବନ ବାନାର ଦର ବୃଦ୍ଧି କରାଯାଇଛି । ଆଜିଠାରୁ(ଶନିବାର) ଏହି ନୂଆ ଦର ଲାଗୁ କରାଯାଇଛି । ଏଣିକି ମହାପ୍ରଭୁଙ୍କ ଚଉଦ ହାତିଆ ବାନା ତିନି ଶହ ଟଙ୍କା ଦେଇ କିଣିବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳଚକ୍ର ଓଲାଗି ବାନାର ଦର ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୨ଶହ ଟଙ୍କା ଥିବାବେଳେ ବର୍ତ୍ତମାନ ୩ଶହ ଟଙ୍କାକୁ ବଢା ଯାଇଛି । ଦୀର୍ଘ ଏଗାର ବର୍ଷ ପରେ ବାନାର ଦର ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ । ଗତ 2012 ମସିହାରେ ଶେଷ ଥର ପାଇଁ ଦର ବୃଦ୍ଧି ହୋଇଥିଲା । ଗତ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଆଲୋଚନା ପରେ ପରିଚାଳନା କମିଟିର ଅନୁମୋଦନ କ୍ରମେ ଚଉଦ ହାତିଆ ବାନାର ଦର ଦୁଇଶହ ଟଙ୍କାରୁ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ର ଗୁଡିକରେ ଆଜିଠାରୁ ନୂଆ ଦର ଲାଗୁ କରିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । 

ଇଟିଭି ଭାରତ, ପୁରୀ 

Last Updated : Apr 1, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.