thumbnail

By

Published : May 12, 2023, 5:29 PM IST

ETV Bharat / Videos

କାମରେ ଆସୁନି ମାଛ-ମାଂସ ମାର୍କେଟ, ଦୁର୍ଗନ୍ଧମୟ ପୁରୁଣା ଗାନ୍ଧୀ ବଜାର

କେନ୍ଦୁଝର: ପୌରପାଳିକା ପକ୍ଷରୁ ସହରବାସୀଙ୍କ ପାଇଁ ଗାନ୍ଧୀ ବଜାର ସୃଷ୍ଟି କରାଯାଇଥିଲା । ଏହି ବଜାରରେ ବିଭିନ୍ନ ଦୋକାନ ବଜାର ସହ ମାଛ ମାଂସ ଦୋକାନ ଖୋଲା ଯାଇଥିଲା । କିନ୍ତୁ ଏହି ବଜାରକୁ ଦୀର୍ଘ ବର୍ଷ ହୋଇଯାଇଥିବାରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀ ବଜାର । ଫଳରେ ବହୁ ଦୋକାନ ବନ୍ଦ ହୋଇଥିବା ବେଳେ କେବଳ କିଛି ଗୋଦାମ ଗୃହ ଓ ମାଛ ମାଂସ ଦୋକାନ ଖୋଲା ରହିଛି । ସହର ମଧ୍ୟରେ ଏହି ବଜାର ଥିବା ବେଳେ ରକ୍ଷଣାବେକ୍ଷଣ ଓ ସ୍ୱଚ୍ଛତା ଅଭାବ ଯୋଗୁଁ ଦୁର୍ଗନ୍ଧମୟ ହୋଇଛି । ମାଛ ମାଂସ ପାଇଁ ସହରବାସୀ ଏହି ବଜାର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶ ନେଇ ବହୁବାର ପୌରପାଳିକାରେ ଅଭିଯୋଗ ହୋଇଛି । ଜରାଜୀର୍ଣ୍ଣ ବଜାରକୁ ନେଇ ଅଭିଯୋଗ ପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଧାଙ୍ଗରପଡାରେ ଏକ ମାଛ ମାଂସ ଦୋକାନ ଓ ପୌର ଗୋଦାମ ଗୃହ ନିର୍ମାଣ ହୋଇଛି । କିନ୍ତୁ ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଏହା ମଧ୍ୟ ଜରାଜୀର୍ଣ୍ଣ ହେବାକୁ ବସିଲାଣି । ଏହି ନୂତନ ଗୃହରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ସବୁଆଡ଼େ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ଏହାସହ ପୁରୁଣା ଗାନ୍ଧୀ ବଜାରକୁ ଭାଙ୍ଗି ଏଠାରେ ନୂତନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ପୌରପାଳିକା ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.