ଶେଷଯାତ୍ରା ପାଇଁ ଶ୍ମଶାନ ଅପହଞ୍ଚ, ଭରା ନଈରେ ମୃତଦେହ ବୋହିଲେ ଲୋକେ

🎬 Watch Now: Feature Video

thumbnail

By

Published : Jul 24, 2023, 6:33 PM IST

କୋରାପୁଟ: ମୃତଦେହ ପାଇଁ ଶ୍ମଶାନ ଅପହଞ୍ଚ ହୋଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲକ୍ଷ୍ମୀପୁର ବ୍ଲକ ଭିତରଗଡ଼ ପଞ୍ଚାୟତର ଚାରଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଭରା ନଈରେ ପଶି ମୃତଦେହ ନେଇଛନ୍ତି ଲୋକେ ।  ଗ୍ରାମବାସୀମାନେ ନିଜ ଜୀବନକୁ ବାଜି ଲଗାଇ ମୃତଦେହକୁ ଶ୍ମଶାନ ନେଉଥିବା ଦେଖୁବାକୁ ମିଳିଛି । ଗ୍ରାମର ସମସ୍ତେ ଆବାଳବୃଦ୍ଧ ବନିତା ହାତ ଧରାଧରି ହୋଇ ଅତି ବିପଜ୍ଜନକ ପରିସ୍ଥିତିରେ ନଦୀ ପାର ହୋଇଛନ୍ତି  ।


ସୂଚନା ଅନୁଯାୟୀ, ଏହି ଚିରସ୍ରୋତା ନଦୀରେ ପୋଲ ନଥିବାରୁ ଗ୍ରାମବାସୀମାନେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର କରନ୍ତି । ତେବେ ଶ୍ମଶାନ ଯିବାକୁ ହେଲେ ନଦୀ ପାର କରି ଯିବାକୁ ପଡିଥାଏ । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଏହି ଗ୍ରାମରେ ପ୍ରାୟ 400 ପରିବାର ବସବାସ କରୁଥିବାବେଳେ ବର୍ଷା ଦିନେ ଗମନାଗମନ ବାଧାପ୍ରାପ୍ତ ହେଉଛି ।  

ଏହା ବି ପଢନ୍ତୁ...ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ, ପରିବାର ଚଳାଇବାକୁ ପୁଅ ଯାଇଛି ଦାଦନ ଖଟି

ବର୍ଷାଦିନେ ପାହାଡ଼ ଉପରୁ ବର୍ଷା ଜଳ ପ୍ରଖର ବେଗରେ ନିମ୍ନ ଭାଗକୁ ପ୍ରବାହିତ ହୋଇଥାଏ । ଏହା ଫଳରେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି ଗ୍ରାମବାସୀ । ଏପରିକି ଅନେକ ସ୍ଥାନରେ ଗାଁଗୁଡିକୁ ସ୍ୱତନ୍ତ୍ର ଭାବେ ସଂଯୋଗ କରିବା କାଠିକର ପାଠ ହୋଇପଡ଼େ । ଏହାରି ଭିତରେ ମୃତଦେହକୁ ବିପଦସଙ୍କୁଳ ଅବସ୍ଥାରେ ଗ୍ରାମବାସୀମାନେ ବୋହିନେବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପ୍ରତି ଗାଁକୁ କିପରି ସଂଯୋଗୀକରଣର ସୁବ୍ୟବସ୍ଥା କରାଯାଇପାରିବ ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଦଜୋର ଧରିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.