Live Show Of Chandrayaan 3: ଉତକ୍ଷେପଣଠାରୁ ଲ୍ୟାଣ୍ଡିଂ ଯାଏଁ, କେମିତି ରହିଛି ଯାତ୍ରା - ଇସ୍ରୋ
🎬 Watch Now: Feature Video
Published : Aug 23, 2023, 4:29 PM IST
ହାଇଦ୍ରାବାଦ: ଆଉ କିଛି ସମୟ ପରେ ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ଇସ୍ରୋ) । ଜହ୍ନ ରାଇଜରେ ଉଡିବ ତ୍ରିରଙ୍ଗା । ବୈଜ୍ଞାନିକଙ୍କ କଠୋର ପରିଶ୍ରମ, ଭାରତ ସରକାରଙ୍କ ଅକୁଣ୍ଠ ସମର୍ଥନ, 140 କୋଟି ଦେଶବାସୀଙ୍କ ପ୍ରାର୍ଥନା ବଳରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀର ଅବତରଣ କରିବ ହିନ୍ଦୁସ୍ତାନର ଚନ୍ଦ୍ରଯାନ-3 । ଯାହାର ମୂକସାକ୍ଷୀ ହେବ ସାରା ବିଶ୍ବ । ଆଉ ଜଗତରେ ଇସ୍ରୋର ହେବ ଜୟଗାନ । ବର୍ତ୍ତମାନ ଚନ୍ଦ୍ରଯାନ-3, 25*134 କିମି ଅର୍ବିଟରରେ ଘୁରି ବୁଲୁଛି । କିନ୍ତୁ ଚନ୍ଦ୍ରରେ ଲ୍ୟାଣ୍ଡିଂ ପାଇଁ 30.5 କିମିରୁ ଆରମ୍ଭ କରିବ । ଯାହାର କମାଣ୍ଡ ଇସ୍ରୋ ମୁଖ୍ୟାଳୟରୁ ଚନ୍ଦ୍ରୟାନ-3କୁ ଦିଆଯାଇଛି । ଏହା ସହ ଲ୍ୟାଣ୍ଡିଂ କେମିତି କରିବ କଣ କଣ ଅନୁପାଳନ କରିବ, କେଉଁ ସ୍ଥାନକୁ ଚୟନ କରିବ ତାହାର ନିଷ୍ପତି ବିକ୍ରମ ଲ୍ୟାଣ୍ଡର ନିଜେ ନିଜେ ନେବ । ଏଥିପାଇଁ ସମସ୍ତ କମାଣ୍ଡ ଇସ୍ରୋ ପୂର୍ବରୁ ଅପଲୋଡ୍ କରି ରଖିଛି । ଯାହାକୁ ନେଇ ଏବେ ଉତ୍ସୁକତା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଚନ୍ଦ୍ରୟାନ-3ର ଉତକ୍ଷେପଣ ଠାରୁ ଆରମ୍ଭ କରି ଲ୍ୟାଣ୍ଡିଂ ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିଛି ନୂଆଦିଲ୍ଲୀ ସ୍ଥିତ ନେହେରୁ ପ୍ଲାନଟେରିୟମ । ଦେଖନ୍ତୁ ଭିଡିଓ, ଆଉ ବୁଝନ୍ତୁ ପୁରା ପ୍ରକ୍ରିୟା ।