ନୂଆପଡାରେ କଲରାପତରିଆ ବାଘ ଆତଙ୍କ, ଭୟଭୀତ ସ୍ଥାନୀୟ ବାସିନ୍ଦା - ନୂଆପଡା ବନ ବିଭାଗ କାର୍ଯ୍ୟାଳୟ

🎬 Watch Now: Feature Video

thumbnail

By

Published : Apr 21, 2023, 5:33 PM IST

ନୂଆପଡା: ପୁଣି କଲରାପତରିଆ ବାଘ ଆତଙ୍କ । ଜିଲ୍ଲାର ରେଞ୍ଜ ଅଧିନସ୍ତ କେନ୍ଦୁବାହାରାର ବ୍ରାହ୍ମଣୀ ଗାଁରେ  କଲରାପତରିଆ ବାଘ ହାବୁଡ଼ାରେ ପଡି ମୃତ୍ୟୁବରଣ କରିଛି ବାଛୁରୀ। ମାଲିକ ଅଗନୁ ରାଉତ  ବାଛୁରୀକୁ ବହୁତ ଖୋଜା ଖୋଜି ପରେ ଗାଁ ନିକଟସ୍ଥ ଜଙ୍ଗଲରେ ବାଛୁରୀର ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ବାଛୁରୀ ମାଲିକ ଅଗନୁ ବନବିଭାଗକୁ ଜଣାଇବା ପରେ ବନବିଭାଗ ଫରେଷ୍ଟର, ଗାର୍ଡ ଓ ଅନ୍ୟାନ୍ୟ ବନ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି , ଚଳିତ ମାସ 16 ତାରିଖ ଦିନ ସିଲିଆରି ଗାଁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ କଲରାପତରିଆ ବାଘକୁ ବନ ବିଭାଗ ଯନ୍ତା ସାହାଯ୍ୟରେ ଉଦ୍ଧାର କରି ନୂଆପଡା ବନ କାର୍ଯ୍ୟାଳୟ ଠାରେ ଚିକିତ୍ସା ଚାଲିଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରୁ ଭୟ ଦୂର ହୋଇଥିଲା । ଏପଟେ ନୂଆପଡା ବନ ବିଭାଗ କାର୍ଯ୍ୟାଳୟରେ ଗୋଟିଏ କଲରାପତରିଆ ଚିକିତ୍ସା ହେଉଥିବାବେଳେ, ବ୍ରାହ୍ମଣି ଗାଁ ଜଙ୍ଗଲ ପୁଣି ଏକ କଲରାପତରିଆ ଆତଙ୍କ ସୃଷ୍ଟି କରିଛି । ତେବେ ଏନେଇ ବନ ବିଭାଗ ତୁରନ୍ତ ବାଘ ମୁହଁରୁ ମଣିଷ, ଗାଈ, ବାଛୁରୀ କୁ ସୁରକ୍ଷା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.