ମାଣବସା ଗୁରୁବାର; ଚଳଚଞ୍ଚଳ ଗାଁରୁ ସହର - Worship of Maa Lakshmi in Jagatsinghpur

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 21, 2023, 10:23 PM IST

ଜଗତସିଂହପୁର :  ଆଜି ମାର୍ଗଶିର ମାସର ଶେଷ ଗୁରବାର । ଘରେ ଘରେ ଝୋଟି ଚିତାର ପସରା । ଗାଁରୁ ସହର ଚାରିଆଡେ ମା’ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବ ମୁଖର । ଭଳିକି ଭଳି ପିଠାର ଭୋଗ ଲଗାଇ ମାଣ ବସା ହୋଇଛି । ଧୂପ ଦୀପର ବାସ୍ନା ପରିବେଶକୁ ବେଶ ଆଧ୍ୟାତ୍ମିକ ମୟ କରିଦେଇଛି । ଜଗତସିଂହପୁର ଉପକଣ୍ଠ କେନ୍ଦାଳ ଠାରେ 10ଟି ପୂଜା ମଣ୍ଡପରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ସେହିପରି ଜଗତସିଂହପୁର ସହରର ବଡ଼ବାଗ ଅଞ୍ଚଳରେ ମଧ୍ୟ 20ଟି ପୂଜା ମଣ୍ଡପରେ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଉଛି । 

ଏହା ମଧ୍ୟ ପଡ଼ନ୍ତୁ... ଝଲସିବ ମନ୍ଦିର ମାଳିନୀ ସହର, ଉନ୍ନତିକରଣ ପାଇଁ ୧୫.୨୦ କୋଟି ମଞ୍ଜୁର

ସକାଳୁ ଘରର ମହିଳା ମାନେ ଶୁକ୍ଳ ବସ୍ତ୍ର ପିନ୍ଧି ନୂଆ ଖଟୁଲିରେ ମାଣ ବସାଇ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ମଧ୍ୟାହ୍ନରେ ବିଭିନ୍ନ ପ୍ରକାରର ପିଠା ଭୋଗ ଲାଗି କରି ସନ୍ଧ୍ୟାରେ ମାଣକୁ ଉଠାଇ ପୂଜା ଶେଷ କରାଯାଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ଲକ୍ଷ୍ମୀ ପୁରାଣର ସ୍ୱର ଭାସି ଆସିଥାଏ । ଏହି ପୂଜାର୍ଚ୍ଚନା ସାତଦିନ ଧରି ଚାଲିବ । ମାର୍ଗଶିର ମାସରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କଲେ ଧର୍ମ ଅର୍ଥ କାମ ଓ ମୋକ୍ଷ ଭଳି ଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।  ଅନ୍ୟ ପକ୍ଷରେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏହି ସମୟରେ ଧାନ ଅମଳ ସମୟ ହୋଇଥାଏ । ତେବେ କ୍ଷେତରୁ ଅମଳ ଧାନକୁ ଚାଷୀ ଘରକୁ ଆଣିବା ବେଳେ ଧାନ ନୁହେଁ ମା’ ଲକ୍ଷ୍ମୀ ଆସୁଛନ୍ତି ବୋଲି ବିବେଚନା କରିଥାନ୍ତି । ଫଳରେ ଘରେ ମା’ ଲକ୍ଷ୍ମୀଙ୍କ ଉଦ୍ଧେଶ୍ୟରେ ପୂଜାର୍ଚ୍ଚନା କରିବା ସହିତ ଉତ୍ସବ ମାନାଇଥାନ୍ତି । ଏହା ଓଡ଼ିଶାର ପରମ୍ପରା ଭାବେ ରହି ଆସିଛି । ଏହାକୁ ନେଇ ଘରେ ଘରେ ମା’ ଲଷ୍ମୀ ଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.