Watch: ଶହୀଦ ମନପ୍ରୀତଙ୍କୁ ୬ବର୍ଷ ଝିଅ ଓ ପୁଅର ଶେଷ ସଲାମ, ଏମିତି ଦିଆଗଲା ବିଦାୟ

By ETV Bharat Odisha Team

Published : Sep 15, 2023, 5:09 PM IST

thumbnail

ଚଣ୍ଡିଗଡ଼: ଜନ୍ମଭୂମି ମୋହାଲିରେ କର୍ଣ୍ଣେଲ ମନପ୍ରୀତ ସିଂଙ୍କୁ ଦିଆଯାଇଛି ଶେଷ ସଲାମ । 'ମନପ୍ରୀତ ଅମର ରହେ ଅମର ରହେ' ନାରା ସାଙ୍ଗକୁ ଆତ୍ମୀୟ ସ୍ବଜନଙ୍କ ବୁକୁଫଟା କାନ୍ଦ ମଧ୍ୟରେ ଆଖି ଲାଖିଯାଇଥିଲା ସେହି କୁନି ଝିଅ ଉପରେ । ଶହୀଦ ଯବାନଙ୍କ ୬ ବର୍ଷର ଝିଅ ଓ କୁନି ପୁଅ ଆର୍ମି ପୋଷାକ ପିନ୍ଧି ନିଜ ପିତାଙ୍କୁ ଜଣାଇଥିଲେ ଶେଷ ସଲାମ । ସେପଟେ ପତ୍ନୀ ହାତ ଯୋଡ଼ି ପ୍ରାର୍ଥନା କରୁଥିବା ବେଳେ ଯିଏ ବି ଉପସ୍ଥିତ ଥିଲା ତାହା ଆଖି ଓଦା ହୋଇଥିଲା । ଗତ ବୁଧବାର ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର କୋକେରନାଗ ଜଙ୍ଗଲରେ ଆତଙ୍କବାଦୀଙ୍କ କବଳରୁ ଦେଶକୁ ରକ୍ଷା କରିବା ବେଳେ ଶହୀଦ ହୋଇଯାଇଛନ୍ତି ପଞ୍ଜାବ ମୋହାଲିର ବୀର ଯବାନ ତଥା ୧୯ ରାଷ୍ଟ୍ରୀୟ ରାଇଫଲ୍ସ କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତ ସିଂ ।  ଆଜି(ଶୁକ୍ରବାର) ସକାଳେ ଜନ୍ମଭୂମି ମୋହାଲିରେ ତାଙ୍କ ପାର୍ଥୀବ ଶରୀର ପହଞ୍ଚିଥିବା ବେଳେ ସାରା ଅଞ୍ଚଳ ଶୋକର ଛାୟା ବୁଡ଼ିଛି । ବୀର ଯବାନଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ଲୋକାରଣ୍ୟ ହୋଇଉଠିଛି ଅଞ୍ଚଳ । ଏହି ଦୃଶ୍ୟ ଦେଖି ପ୍ରତିଟି ଭାରତୀୟ ହୋଇପଡ଼ିଛନ୍ତି ଭାବବିହ୍ବଳ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.