ସିନ୍ଦୋଳରେ ଲକ୍ଷ୍ମୀ ନାରାୟଣ ପୂଜା, ଶତବାର୍ଷିକ ସମାରୋହରେ ଚଳଚଞ୍ଚଳ ଗାଁ ଠୁ ସହର - ମା ଲକ୍ଷ୍ମୀଙ୍କ ଆଗମନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 2, 2023, 11:24 AM IST

ଭଦ୍ରକ: ମା ଲକ୍ଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଚାରି ଆଡେ ଭକ୍ତିମୟ ପରିବେଶ । କୂମାର ପୂର୍ଣ୍ଣିମାଠାରୁ ରାଜ୍ୟର କୋଣ ଆନୁକୋଣରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ବଲ୍କର ସିନ୍ଦୋଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରମ୍ପରା ଅନୁସାରେ ଲକ୍ଷ୍ମୀ ନାରାୟଣ ପୂଜା କରାଯାଉଛି । ଚଳିତ ବର୍ଷ ସିନ୍ଦୋଳ ଅଧିନ ନୁଆପାଟଣା ଗାଁର ଲକ୍ଷ୍ମୀ ନାରାୟଣ ପୂଜା 100 ବର୍ଷରେ ପଦାର୍ପଣ କରିଥିବାରୁ ଶତବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଶତ ବାର୍ଷିକ ସମାରୋହ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଭକ୍ତବନ୍ଧୁ ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇ କମିଟିର ଦାୟିତ୍ୱ ନିର୍ବାହ ଉପରେ ଆଲୋଚନା କରିଥିଲେ । ମନ୍ଦିରର ଆବଶ୍ୟକତା ଅନୁଯାୟୀ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯାଇ ଆସୁଛି ବୋଲି ମତ ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି । 1922 ମସିହାରେ ଲକ୍ଷ୍ମୀ ନାରାୟଣଙ୍କ ମୃଣ୍ମୟୀ ମୂର୍ତ୍ତୀର ପୂଜା ଏଠାରେ ଆରମ୍ଭ ହୋଇଥିଲା ।  

ଏହା ମଧ୍ୟ ପଢନ୍ତୁ-ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା, ଚିକମିକ୍ ଆଲୋକରେ ଝଲସୁଛି ସହର

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.