ନଦୀରେ ଶୁଖିଗଲା ପାଣି, ଲକ୍ଷାଧିକ ସଂଖ୍ୟାରେ ମାଛ ମଡକ - କର୍ଣ୍ଣାଟକ ଶୁଖୁଛି ନଦୀ
🎬 Watch Now: Feature Video
ବେଙ୍ଗାଲୁରୁ: ବିଳମ୍ବ ମୌସୁମୀ ବର୍ଷା କାରଣରୁ ନଦୀରେ ନାହିଁ ପାଣି । ଶୁଖିଲା ନଦୀରେ ଛଟପଟ ହୋଇ ମରୁଛନ୍ତି ମାଛ । ଲକ୍ଷାଧିକ ସଂଖ୍ୟାରେ ମାଛ ମଡକ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲଗାଭୀର ଘାଟପ୍ରଭା ନଦୀରେ । ନଦୀ ଗର୍ଭ ଶୁଖିଲା ପଡିଛି । ନଦୀଶଯ୍ୟା ମଧ୍ୟ ଦେଖାଯାଉଛି । ପଡିରହିଛନ୍ତି ଲକ୍ଷାଧିକ ସଂଖ୍ୟାରେ ମଲାମାଛ । କିଛି ମାଛ କାଦୁଅରେ ଛଟପଟ ମଧ୍ୟ ହେଉଛନ୍ତି । ସ୍ଥାନୀୟ ଲୋକେ ମାଛ ମଧ୍ୟ ଧରୁଛନ୍ତି । ହେଲେ ଏତେ ସଂଖ୍ୟାରେ ମାଛ ମଡକ ହୋଇଛି ଯେ, ଏହା ନଦୀଶଯ୍ୟା କିମ୍ବା ଆଉ କିଛି ତାହା ମଧ୍ୟ ଭ୍ରମ ସୃଷ୍ଟି କରିଛି । କର୍ଣ୍ଣାଟକରେ ଏଥର ସାମାନ୍ୟ ବିଳମ୍ବରେ ମୌସୁମୀ ସକ୍ରିୟ ହେବା କାରଣରୁ ବର୍ଷା ପରିମାଣ ମଧ୍ୟ ସେହି ଅନୁପାତରେ କମିଛି । ଫଳରେ ଗତ ଦିନମାନଙ୍କରେ ଲାଗି ରହିଥିବା ପ୍ରବଳ ଖରା ଓ ତାପମାତ୍ରାରେ ନଦୀର ସ୍ତର କେବଳ ହ୍ରାସ ପାଇଛି ତା ନୁହେଁ ବରଂ ଘାଟପ୍ରଭା ନଦୀ ସମ୍ପୂର୍ଣ୍ଣ ଶୁଖି ଯାଇଛି । ଦେଖନ୍ତୁ ଭିଡିଓ