ବର୍ଷା ଅଭାବରୁ ଚିନ୍ତାରେ ଚାଷୀକୂଳ, ବର୍ଷା ପାଇଁ ଗୀତ ମାଧ୍ୟମରେ ଇନ୍ଦ୍ରଦେବଙ୍କୁ ନିବେଦନ

By ETV Bharat Odisha Team

Published : Oct 31, 2023, 2:15 PM IST

Updated : Oct 31, 2023, 4:16 PM IST

thumbnail

ଖୋର୍ଦ୍ଧା: ଚାଷକୁ ନେଇ ଚିନ୍ତାରେ ଚାଷୀକୂଳ । ଚଳିତବର୍ଷ ନିଅଣ୍ଟିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଧାର କରଜ କରି ଚାଷୀ ବିଲରେ ଧାନ ଫସଲ କରିଥିଲା । କିନ୍ତୁ ବର୍ଷା ଅଭାବରୁ  ଧାନ ଫସଲ ଉଜୁଡିବାକୁ ଲାଗିଲାଣି । ଏପରି ପରିସ୍ଥିତିରେ ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ମରୁଡ଼ି ଦେଖା ଦେବା ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମଲ୍ଲୀପଦର ଗ୍ରାମର ଚଷା ପୁଅ ତଥା ସଙ୍ଗୀତ ପ୍ରେମୀ ବାପି ମହାପାତ୍ର ନିଜ ଗୀତ ଗାଇ ଇନ୍ଦ୍ର ଦେବ ଓ ସରକାରଙ୍କୁ ଚାଷୀକୁଳ ପାଇଁ ସହାୟତା ମାଗିଛନ୍ତି । ହଜି ଯାଉଥିବା ବାଦ୍ୟଯନ୍ତ୍ର ଏକତାରା ସାହାଯ୍ୟରେ ଧାନ ବିଲରେ ବସି ଗୀତ ଗାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାର ଏ ଚାଷୀକୂଳକୁ ସହାୟ ହେବାକୁ ସେ ସଙ୍ଗୀତ ମାଧ୍ୟମରେ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବର୍ଷା ଅଭାବରୁ ଜମିଫାଟି ଆଁ, ଚାଷୀ ମୁଣ୍ଡରେ ଚଡକ

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 31, 2023, 4:16 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.