thumbnail

By

Published : Aug 21, 2023, 8:50 PM IST

ETV Bharat / Videos

କୁରାଢିଆ ସରପଞ୍ଚଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବାଲେଶ୍ବର: ଜିଲ୍ଲା ବସ୍ତା ଥାନା କୁରାଢିଆ ଗ୍ରାମପଞ୍ଚାୟତର ସରପଞ୍ଚ ନିରଞ୍ଜନ ଧଳ (୪୮) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପରିଛି । ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ନିରଞ୍ଜନ ନିଜର ବାସଗୃହ କୋଇଲି ସାହିରେ ରହୁଥିବା ବେଳେ ଆଜି ସୋମବାର ଦିନ ୧୧ଟା ସମୟରେ ବେକରେ ରସି ଲଗାଇ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଲୋକମାନେ ତୁରନ୍ତ ବସ୍ତା ଡାକ୍ତରଖାନାକୁ ନେଇ ଯାଇଥିଲେ । ବସ୍ତା ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସରପଞ୍ଚଙ୍କ ମୃତ୍ୟୁର କାରଣ କିଛି ଜଣାପଡି ନଥିବା ବେଳେ ଶାସକ ଦଳର ବହୁ ନେତୃତ୍ବ ମଣ୍ଡଳୀ ଶେଷ ଦର୍ଶନ ପାଇଁ ମେଡିକାଲରେ ପହଞ୍ଚି ଥିବାର ଦେଖିବାକୁ ମିଳିଛି । ବସ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.