Krishna Janmashtami: ଜନ୍ମଭୂମି ମଥୁରା ଗଳିକନ୍ଦିରେ ଗୁଞ୍ଜରିତ ହରେକୃଷ୍ଣ ଧ୍ବନି - ମଥୁରା ଗଳିକନ୍ଦିରେ କୃଷ୍ଣନାମ
🎬 Watch Now: Feature Video


Published : Sep 7, 2023, 4:13 PM IST
ମଥୁରା(ଉତ୍ତରପ୍ରଦେଶ): ଧରାପୃଷ୍ଠରେ ଅବତରଣ କରିବେ କହ୍ନୈୟା ଲାଲ । ଆଜି ଜନ୍ମଭୂମି ମଥୁରାରେ ଧୁମଧାମରେ ପାଳିତ ହେଉଛି ଜନ୍ମାଷ୍ଟମୀ । ମଥୁରାର ପ୍ରମୁଖ ମନ୍ଦିରରେ ଆଜି (ସେପ୍ଟେମ୍ବର ୭) ରାତ୍ର ୧୨ ଘଟିକାରେ ଜନ୍ମ ନେବେ କାହ୍ନା । ଏ ନେଇ ଆଜି ମୁଥରାରେ ଗଳିକନ୍ଦିରେ ଗୁଞ୍ଜରିତ ହେଉଛି ହରେକୃଷ୍ଣ ଧ୍ବନି । ଏହି ଜନ୍ମାଷ୍ଟମୀର ସାକ୍ଷୀ ହେବା ଲାଗି ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ମଥୁରାରେ ଭିଡ଼ ଜମାଇଛନ୍ତି । ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିରରେ ମୁଖ୍ୟ ଆୟୋଜନ ଆରମ୍ଭ ହୋଇଛି । ବୃନ୍ଦାବନରେ ଆଜି ସକାଳୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଛି । ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ମଥୁରା ଓ ବୃନ୍ଦାବନ । ଆଲୋକମାଳାରେ ସାଜସଜ୍ଜା ସାଙ୍ଗକୁ କୃଷ୍ଣନାମରେ ଶ୍ରଦ୍ଧାଳୁ ଏଠାରେ ନିଜକୁ ହଜାଇ ଦେଇଛି । ଏଠାକାର ପୁରା ପରିବେଶରେ କୃଷ୍ଣନାମ ଭାସି ଉଠୁଥିବା ବେଳେ ଶ୍ରଦ୍ଧାଳୁ, ମନ୍ଦିର ପୂଜକ ଓ ସ୍ଥାନୀୟବାସୀ ବେଶ ଉତ୍ସାହିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ